ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ହାଇଦ୍ରାବାଦରେ କିଛି ଓଡ଼ିଆ ଯୁବକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯୁବକମାନେ ମୁମ୍ବାଇରୁ ଓଡ଼ିଶା ଫେରୁଥିବାବେଳେ ହାଇଦ୍ରାବାଦରେ ସେମାନଙ୍କୁ ପୋଲିସ ଅକଟ ରଖି ମାଡ଼ ମାରିଛି। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି।

ଯୁବକମାନେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ବୋଲି ଜଣା ପଡ଼ିଛି। ମୁମ୍ବାଇରେ ସେମାନେ ଦାଦନ ଖଟୁଥିଲେ। ତେବେ କରୋନା ଭୟରେ ସେମାନେ ଓଡ଼ିଶା ଫେରୁଥିବା ବେଳେ ହାଇଦ୍ରାବାଦ ପୋଲିସ ସେମାନଙ୍କୁ ଅଟକ ରଖି ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ଯୁବକମାନଙ୍କ ପାଖରେ ଖାଇବା ପିଇବା ପାଇଁ ଟଙ୍କା ନାହିଁ। ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଭିଡିଓରେ ଓଡ଼ିଶା ରାଜ୍ୟ ସରକାରଙ୍କୁ କୋହଭରା ନିବେଦନ କରିଛନ୍ତି।

Comment