ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଅପଡେଟ୍ ସୂଚନା ଦେଇଛନ୍ତି। ସାରା ବିଶ୍ୱଠାରୁ ଆରମ୍ଭ ଓଡ଼ିଶାରେ କରୋନାର ସ୍ଥିତି ସମ୍ପର୍କରେ ସେ ସୂଚନା ଦେଇଛନ୍ତି।
- ଅନ୍ୟ ରାଜ୍ୟରେ ରହୁଥିବା ୭୮ ହଜାର ୨୩୩ ଜଣ ଲୋକ ଏଇ କିଛି ଦିନରେ ଓଡ଼ିଶା ଫେରିଛନ୍ତି।
- ଏମାନଙ୍କ ମଧ୍ୟରେ କରୋନା ସଂକ୍ରମିତ ରହିଥିବାର ଅନୁମାନ କରାଯାଉଛି।
- ଏହି ଲୋକମାନେ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ।
- ସାରା ବିଶ୍ୱରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୨ହଜାର ୮୨୯କୁ ବୃଦ୍ଧି।
- ବିଶ୍ୱରେ କରୋନା ଭାଇରସରେ ମୋଟ୍ ୧୮ ହଜାର ୯୦୩ ଜଣ ଲୋକ ପ୍ରାଣ ହରାଇ ସାରିଲେଣି।
- ୧ ଲକ୍ଷ ୯ ହଜାର ୧୦୨ ଜଣ ଲୋକ କରୋନା କବଳରୁ ସୁସ୍ଥ ହୋଇସାରିଲେଣି।
- ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୫୬୨କୁ ବୃଦ୍ଧି।
- ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବଢ଼ିଲା।

- ଓଡ଼ିଶାରେ ୧୩୩ ନମୁନାରୁ କେବଳ ୨ ପଜିଟିଭ୍।
- ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ସ୍ଥିର।
- ଓଡ଼ିଶାରେ ବର୍ତ୍ତମାନ ୩୬ ଜଣ ଲୋକ ଆଇସୋଲେସନରେ ରହିଛନ୍ତି।
- ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅନଲାଇନ୍ ପୋର୍ଟାଲ ଯୋଗେ ୪୦୧୫ ଜଣ ଲୋକ ନିଜର ପଞ୍ଜୀକରଣ କରିଛନ୍ତି।
- ଡାକ୍ତର ଓ କରୋନା ପାଇଁ ସେବାରେ ଥିବା କର୍ମଚାରୀଙ୍କୁ ସମ୍ମାନ ଦେବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ।
- ଡାକ୍ତର ଓ ପାରାମେଡିକାଲ୍ କର୍ମଚାରୀଙ୍କୁ ମିଳିବ ୪ ମାସର ଆଗୁଆ ଦରମା।
- ‘ମୋ ଜୀବନ’ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କଲେ ଏକ ଲକ୍ଷରୁ ଅଧିକ ଲୋକ।
- କରୋନା ପାଇଁ ଶପଥ ନେବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
- କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫ଶହ କୋଟି ଦାନ କଲା OMC।
- କରୋନାକୁ ମୁକାବିଲା ପାଇଁ ୩୦ ଜିଲ୍ଲାକୁ ୪୪.୫ କୋଟି ଟଙ୍କା ପଠାଇଲେ ରାଜ୍ୟ ସରକାର।








କରୋନାକୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଅପଡେଟ୍ ସୂଚନା ଦେଇଛନ୍ତି। ସାରା ବିଶ୍ୱଠାରୁ ଆରମ୍ଭ ଓଡ଼ିଶାରେ କରୋନାର ସ୍ଥିତି ସମ୍ପର୍କରେ ସେ ସୂଚନା ଦେଇଛନ୍ତି।









