ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ସହ ହେଲ୍ପଲାଇଲ ବ୍ୟବସ୍ଥା କରିବାକୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଲକ୍‌ଡାଉନ ସମୟରେ ଲୋକଙ୍କ ବିଭିନ୍ନ ସମସ୍ୟାର ସାମାଧାନ ଦିଗରେ କାର୍ଯ୍ୟ କରିବ ଏହି କଣ୍ଟ୍ରୋଲ ରୁମ।

ଜିଲ୍ଲାସ୍ତରରେ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଲୋକଙ୍କୁ ଜରୁରୀ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଲକ୍‌ଡାଉନ ବେଳେ ଲୋକଙ୍କ ଅଭିଯୋଗ ଓ ଯୋଗାଣକାରୀଙ୍କ ସମସ୍ୟା ବୁଝିବାକୁ ପରାମର୍ଶ ଦିଆଯାଇଛି।

କୌଣସି ଖୁଚୁରା ବ୍ୟବସାୟୀ ଲକ୍‌ଡାଉନ ବେଳେ କଳାବଜାରୀ କଲେ କିମ୍ବା ଚଢ଼ାଦରରେ ସାମଗ୍ରୀ ବିକ୍ରି କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ଭାଇରସ ମୁକାବିଲା ପାଇଁ ବୁଧବାରଠାରୁ ୨୧ଦିନ ଯାଏଁ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ଲକ୍‌ଡାଉନ ବେଳେ ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ବର୍ତ୍ତମାନ ସୁଦ୍ଧା ଦେଶରେ ୫୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ନିକଟସ୍ତ ମେଡିକାଲର ଆଇସୋଲେସନ ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଛି।

Comment