ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍‌ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସାମାଜିକ ଦୂରତା ରକ୍ଷା ପାଇଁ ଲୋକମାନଙ୍କୁ ଏବେ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ୨୧ ଦିନିଆ ସମୟରେ ସମସ୍ତ ପାର୍କ, ଜିମ୍‌କୁ ବନ୍ଦ କରିଦିଆଯାଇଛି। ବିନା ଜିମ୍‌ ଓ ମର୍ଣ୍ଣିଂ ଓ୍ୱାକ୍‌ରେ ନିଜକୁ କେମିତି ଫିଟ୍‌ ଓ ସୁସ୍ଥ ରଖିବେ, ସେନେଇ ନ୍ୟୁଟ୍ରିସନ୍‌ ସ୍ପେଶାଲିଷ୍ଟ ରୁଜୁତା ଦ୍ୱିବେଦକର ପରାମର୍ଶ ଦେଇଛନ୍ତି।

ଶୋଇବା ପୂର୍ବରୁ କିଛି କିସ୍‌ମିସ୍‌କୁ ପାଣିରେ ବତୁରାନ୍ତୁ। ତା’ପରଦିନ ସକାଳୁ ଉଠିବା ପରେ ଏହି କିସ୍‌ମିସ୍‌କୁ ଖାଆନ୍ତୁ।

ଏହାପରେ ନିଜ ଛାତ ଉପରେ ବା ଘରେ ବ୍ୟାୟାମ କରନ୍ତୁ। ପୁସ୍‌ଅପ୍‌, ଜମ୍ପିଂ ଜ୍ୟାକ୍‌, ପୁଲ ଅପ୍ ଆଦି ଏକ୍ସରସାଇଜ୍‌ କରିପାରିବେ।

୩୦ ମିନିଟ୍‌ର ବ୍ୟାୟାମ ପରେ ବ୍ରେକ୍‌ଫାଷ୍ଟ କରନ୍ତୁ। ବ୍ରେକ୍‌ଫାଷ୍ଟରେ ଚାହିଁଲେ ଉପମା, ପରଟା ଆଦି ଖାଇପାରିବେ।

ଲଞ୍ଚରେ ଭାତ, ଡାଲି, ଭଜା ବା ରାଜମା ଖାଇପାରିବେ। ଖେଚୁଡ଼ି କରି ମଧ୍ୟ ଖାଇପାରିବେ।

ମଝିରେ ମଝିରେ କିଛି ଡ୍ରାଏଫ୍ରୁଟ୍ସ (କାଜୁ, କିସ୍‌ମିସ୍‌, ଆଲମଣ୍ଡ, ବାଦାମ, ପିସ୍ତା) ଖାଇପାରିବେ।

ରାତି ଭୋଜନ ସବୁବେଳ ଜଲଦି ଓ ଅଳ୍ପ କରିବେ। ରାତିରେ ଭାତ ବା ରୁଟି ସହ କୌଣସି ତରକାରି ବା ଭଜା କରି ଖାଇବେ। ଶୋଇବାର ୨ ଘଣ୍ଟା ପୂର୍ବରୁ ଖାଇବାକୁ ଚେଷ୍ଟା କରନ୍ତୁ।

ଶୋଇବା ପୂର୍ବରୁ ଉଷୁମ୍‌ କ୍ଷୀରରେ ଗୋଟେ ଚାମଚ ହଳଦୀ ମିଶାଇ ପିଅନ୍ତୁ। ଏହାକୁ ପିଇବା ଫଳରେ ଭଲ ନିଦ ହୋଇଥାଏ।

ଦିନ ସାରା ପ୍ରଚୁର ପାଣି ପିଅନ୍ତୁ।

ଏହି ୨୧ ଦିନର ଲକ୍‌ଡାଉନ୍‌ରେ ୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ। ପ୍ରତିଦିନ ସକାଳେ ବ୍ୟାୟାମ କରନ୍ତୁ। ଦେଖିବେ ଆପଣଙ୍କ ଓଜନ ସନ୍ତୁଳିତ ହୋଇ ରହିବ।

Comment