ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ଦୁଇଟି ଘରୋଇ ହସ୍ପିଟାଲ ସହ ଚୁକ୍ତିନାମା ସ୍ଵାକ୍ଷର କଲେ ରାଜ୍ୟ ସରକାର। ଭୁବନେଶ୍ଵରର କିମ୍ସ ଓ ସମ୍‌ ହସ୍ପିଟାଲ ସହ ସରକାର ଚୁକ୍ତି କରିଛନ୍ତି। ଏହାକୁ ୧ ହଜାର ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ କରାଯିବ। ଆଗାମୀ ଦିନକୁ ଲକ୍ଷ୍ୟ କରି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ସମ୍‌ରେ ୫୦୦ ଶଯ୍ୟା ଓ ୨୦ ଆଇସିୟୁ ବ୍ୟବସ୍ଥା ହୋଇଛି। ସେହିପରି କିମ୍ସରେ ୪୫୦ ଶଯ୍ୟାର କୋଭିଡ୍‌ ଓ୍ଵାର୍ଡ ପାଇଁ ଚୁକ୍ତି ସ୍ଵାକ୍ଷାର ହୋଇଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ସୋଆର ଭିସି ଅଶୋକ ମହାପାତ୍ର।

ରାଜ୍ୟରେ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କେବଳ ଜରୁରୀ ସେବାକୁ ଛାଡ଼ିଦେଲେ ଅନ୍ୟ କୌଣସିବି ଦୋକାନ ଖୋଲା ଯାଉନାହିଁ। ଲୋକମାନଙ୍କୁ ମଧ୍ୟ ଘରୁ ନବାହାରିବାକୁ ବାରଣ କରାଯାଉଛି।

ଯଦି ବିନା କାମରେ କେହି ବ୍ୟକ୍ତି ବାହରକୁ ଆସୁଛନ୍ତି ତାଙ୍କୁ କଡ଼ା ଯାଞ୍ଚ କରାଯିବା ସହ ଘରକୁ ବିଦା କରାଯାଉଛି। ନିୟମ ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାରତରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୫୯୩ କରୋନା ଚିହ୍ନଟ ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇସାରିଛି।

Comment