ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାଲାଇଭ୍‌ର ପ୍ରତ୍ୟେକ ଖବର, ଫଟୋ, ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହୋଲୋ’ରେ ପାଠକଙ୍କ ମନ ଛୁଉଁଛି।

ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ‘ହେଲୋ’ରେ ଓଡ଼ିଶାଲାଇଭ୍‌ ଗୁରୁବାର (୨୬ ମାର୍ଚ୍ଚ ୨୦୨୦) ଦିନ ୧୭ ଲକ୍ଷ ଭିଉ ଛୁଇଁଛି। ଜାନୁଆରି ମାସଠାରୁ ଦୈନିକ ଭିଉ ହିସାବ କଲେ ଏହା ସର୍ବାଧିକ ରହିଛି। ଗତ କିଛି ଦିନ ଧରି ଓଡ଼ିଶାଲାଇଭ୍‌ ଲଗାତାର ଭାବେ ‘ହେଲୋ’ ପ୍ଲାଟଫର୍ମରେ ଦିନକୁ ୧ ମିଲିୟନ ବା ୧୦ ଲକ୍ଷରୁ ଅଧିକ ଭିଉ ହାସଲ କରି ଓଡ଼ିଶା ମିଡିଆ ଜଗତରେ ଦର୍ଶକମାନଙ୍କ ସହ ଘନିଷ୍ଠ ଭାବେ ଯୋଡ଼ି ହୋଇପାରିଛି।

ଦେଶରେ ଏବେ କରୋନାକୁ ନେଇ ଗମ୍ଭୀର ପରିସ୍ଥିତି ରହିଛି। ଏହି ସମୟରେ ଲୋକଙ୍କ ପାଖରେ ତାଜା ସୂଚନା ଓ ବିଭିନ୍ନ ପରାମର୍ଶ ପହଞ୍ଚାଇବାରେ ଆଗଧାଡ଼ିର ନ୍ୟୁଜ୍‌ ପୋର୍ଟାଲ୍‌ ଓ ସୋସିଆଲ୍‌ ମିଡ଼ିଆ ଚ୍ୟାନେଲଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ଓଡ଼ିଶାରୁ ପ୍ରସ୍ତୁତ, ମୁଖ୍ୟତଃ ଓଡ଼ିଆ ଭାଷାରେ ପ୍ରସାରିତ ବିଭିନ୍ନ ନ୍ୟୁଜ୍‌ ପୋର୍ଟାଲ୍‌ ଓ ସୋସିଆଲ୍‌ ମିଡ଼ିଆ ଚ୍ୟାନେଲ ମଧ୍ୟରେ ଓଡ଼ିଶାଲାଇଭ୍‌ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି।

କରୋନା ସଂପର୍କରେ ନିୟମିତ ଖବର ଦେବା ସହ ସ୍ୱାସ୍ଥ୍ୟ ସୂଚନା ଓ ସଚେତନତାର କଥା ପ୍ରସାର କରିବା ପାଇଁ ଓଡ଼ିଶାଲାଇଭ୍‌ ପକ୍ଷରୁ ଆରମ୍ଭ କରାଯାଇଛି ଏକ ଅଭିଯାନ ଯାହାର ନାଁ ରହିଛି ‘କରୋନକୁ ଡରନା’। ଏହି କାର୍ଯ୍ୟକ୍ରମରେ ଓଡ଼ିଶାଲାଇଭ୍‌ ସହ ‘ସ୍ୱାସ୍ଥ୍ୟ ପ୍ଲସ୍‌’ ପୋର୍ଟାଲ ହାତ ମିଶାଇଛି।

ଫେସ୍‌ବୁକ୍‌, ୟୁଟ୍ୟୁବ୍‌ ଏବଂ ଟୁଇଟର୍‌ ପରି ‘ହେଲୋ’ ଏବେ ଆମ ଦେଶରେ ଏକ ଲୋକପ୍ରିୟ ସୋସିଆଲ୍‌ ମିଡିଆ ଭାବେ ପରିଚିତ ହୋଇପାରିଛି। ‘ହେଲୋ’ ଆପ୍‌ ଡାଉନ୍‌ଲୋଡ୍‌ କରି ମୋବାଇଲ୍‌ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ଏବେ ନିଜର ଆକାଉଣ୍ଟ ଖୋଲୁଛନ୍ତି। କରୋନା ଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନେ ଏହି ସୋସିଆଲ୍‌ ଚ୍ୟାନେଲ୍‌ ମାଧ୍ୟମରେ ସୂଚନା, ବିଭିନ୍ନ ଫଟୋଗ୍ରାଫ୍‌ ଓ ଭିଡିଓ ଦେଇ ପରସ୍ପର ସହ ଯୋଡ଼ି ହେଉଛନ୍ତି। ଖୁସିର କଥା ଯେ, ଅନେକ ଲୋକ ମଧ୍ୟ ଏହି ମିଡିଆକୁ ସଚେତନତାର ବାର୍ତ୍ତା ଆଦାନ ପ୍ରଦାନର ଏକ ପ୍ରମୁଖ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି।

କରୋନା ସଂପର୍କରେ ଲୋକଙ୍କୁ ଅଧିକ ତଥ୍ୟ ଦେବା ପାଇଁ ଓଡ଼ିଶାଲାଇଭ୍‌ ମଧ୍ୟ ଏହାର ନ୍ୟୁଜ୍‌ ପୋର୍ଟାଲ୍‌ www.odisha.live  ମାଧ୍ୟମରେ ପ୍ରତିଦିନ ଉଦ୍ୟମ କରିଆସୁଛି। ପାଠକମାନେ ଓଡ଼ିଶାଲାଇଭ୍‌ର ଏହି ପୋର୍ଟାଲ୍‌ ଛଡ଼ା ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ୍‌ ଆପ୍‌ରେ ମଧ୍ୟ ଓଡ଼ିଶାଲାଇଭ୍‌ରୁ ଖବର ପାଇପାରିବେ।

Comment