ଓଡ଼ିଶାଲାଇଭ୍ ବ୍ୟୁୁରୋ

sundargarh district education office

ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଦୁଇଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜୁନିୟର କ୍ଲର୍କ କମ୍‌ ଆକାଉଣ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ୍‌ ୬ ତାରିଖ ଯାଏଁ ଚାଲୁ ରହିବ।

ପଦବୀ ସଂଖ୍ୟା– ୨ (ପ୍ରତ୍ୟେକ ବିଦ୍ୟାଳୟ ପାଇଁ ଗୋଟିଏ ଲେଖାଏଁ)

ଯୋଗ୍ୟତା– ସ୍ନାତକ ଡିଗ୍ରୀ ସହ କମ୍ପ୍ୟୁଟର ଓ ଟାଲିରେ ଜ୍ଞାନ ଥିବା ଆବଶ୍ୟକ। ଓଡ଼ିଆ ଏବଂ ଇଂରାଜୀ ଭାଷା ଜାଣିଥିବେ।

ବୟସ ସୀମା– ୨୦୨୦ ମାର୍ଚ୍ଚ ୨ ସୁଦ୍ଧା ୨୧ରୁ ୩୨ ବର୍ଷ ବୟସ ହୋଇଥିବା ଆବଶ୍ୟକ।

ଦରମା– ୭,୧୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର, ସମସ୍ତ ଶିକ୍ଷାଗତ କାଗଜପତ୍ର, ଜରୁରୀ ପ୍ରମାଣପତ୍ର ଆଦିକୁ ଏପ୍ରିଲ୍‌ ୬ ସଂଧ୍ୟା ୫ଟା ପୂର୍ବରୁ ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା- ଦି ଡିଷ୍ଟ୍ରିକ୍ଟ ଏଜୁକେସନ୍‌ ଅଫିସର୍‌, ସୁନ୍ଦରଗ଼ଡ଼, ଏଟ୍‌/ପୋଷ୍ଟ- ସୁନ୍ଦରଗଡ଼, ଜିଲ୍ଲା- ସୁନ୍ଦରଗଡ଼, ପିନ୍- ୭୭୦୦୦୧

ଏହି ନିଯୁକ୍ତି ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ sundergarh.nic.in ରେ ଲଗ୍‌ଇନ୍‌ କରନ୍ତୁ।

source – www.chakiri.plus

Comment