ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁ ଜଗନ୍ନାଥଙ୍କ ଦ୍ୱିତୀୟ କିସ୍ତି ଟଙ୍କା ଫେରିଲା। ୟେସ୍‌ ବ୍ୟାଙ୍କରେ ଥିବା ଫିକ୍ସ ଡିପୋଜିଟ୍‌ ୧୫୬ କୋଟି ଟଙ୍କା ପୁରୀ ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ଆକାଉଣ୍ଟକୁ ଫେରିଛି। ପ୍ରଥମ ଦଫାରେ ୩୯୭ କୋଟି ଟଙ୍କା ଫେରିଥିଲା।

ୟେସ୍‌ ବ୍ୟାଙ୍କରେ ପୁରୀ ଶ୍ରୀମନ୍ଦିର ଟଙ୍କା ରହିଥିଲା। ୟେସ୍‌ ବ୍ୟାଙ୍କରେ ଆର୍ଥିକ ସଙ୍କଟ ଦେଖାଦେବାରୁ ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ କି ନାର୍ହି ତାକୁ ନେଇ ପ୍ରଶ୍ନବାଚୀ ଉଠିଥିଲା। ଜାତୀୟ ବ୍ୟାଙ୍କ ଥାଉଥାଉ ଘରୋଇ ବ୍ୟାଙ୍କରେ କାହିଁକି ଶ୍ରୀମନ୍ଦିର ଟଙ୍କା ରଖାଗଲା ବୋଲି ବିରୋଧ ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲେ।

ଏ ସମ୍ପର୍କରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ସେତେବେଳେ କହିଥିଲେ ଯେ, ଟଙ୍କା ବୁଡ଼ିବ ନାହିଁ। ଜଗନ୍ନାଥଙ୍କ ଟଙ୍କା ୟେସ୍‌ ବ୍ୟାଙ୍କରେ ଫିକ୍ସ କରାଯାଇଛି। ଏପ୍ରିଲ ମାସରେ ତାର ମାଚ୍ୟୁରିଟି ତାରିଖ ରହିଥିଲା। ମାଚ୍ୟୁରିଟି ହେବା ପରେ ଏହି ଟଙ୍କା ଏବେ ପୁରୀ ଶ୍ରୀମନ୍ଦିରର ଏସ୍‌ବିଆଇ ଆକାଉଣ୍ଟକୁ ଫେରିଛି।

Comment