ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏଏସ ଅଫିସର ଭିନିଲ କ୍ରିଷ୍ଣାଙ୍କୁ ସରକାର ଆହୁରି ଅଧିକ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ସେ ଅଦ୍ୟାବଧି ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ଓ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ଅଛନ୍ତି।

୨୦୦୫ ବ୍ୟାଚର ଏହି ଅଫିସର ଓଏସଡି ଭାବେ ତୃତୀୟ ମହଲାରେ ଯୋଗ ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଓ ଅବସରପ୍ରାପ୍ତ ଆଇଏଏସ ଆର ବାଲକ୍ରିଷ୍ଣାନଙ୍କ ସ୍ୱତନ୍ତ୍ର ଅଧିକାରୀ ହେବେ। କରୋନା ସଂକ୍ରାନ୍ତ ସବୁ କଥା ଭିନିଲ କ୍ରିଷ୍ଣା ବୁଝାବୁଝି କରିବେ। ଉଲ୍ଲେଖଯୋଗ୍ୟ ଯେ, ଆର୍‌ ବାଲକ୍ରିଷ୍ଣାନ ଡିସେମ୍ବର ମାସରୁ ମୁଖ୍ୟ ପରାମର୍ଶଦାତା ଅଛନ୍ତି।

ନିକଟରେ ବିଦେଶରୁ ଫେରିବା ପରେ କ୍ୱାରାଣ୍ଟାଇନ ମାନି ନଥିବାରୁ ଭିନିଲ କ୍ରିଷ୍ଣା ସମାଲୋଚନାର ପାତ୍ର ହୋଇଥିଲେ ଓ ପରେ ସେ ଏନେଇ ଏକ ସ୍ପଷ୍ଟୀକରଣ ଦେଇଥିଲେ।

Comment