ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ କରୋନା ମୁକାବିଲା ପାଇଁ ତତ୍ପର ହୋଇ ଉଠିଛି ଓଡ଼ିଶା ପୋଲିସ। ଜିଲ୍ଲା ସୀମାକୁ ସିଲ୍‌ କରିବା ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେବା ପରେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାର ସୀମାକୁ ସିଲ୍‌ କରାଯାଇଛି।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସ ଓଡ଼ିଶା-ଆନ୍ଧ୍ର ସୀମା ସିଲ୍‌ କରିଥିବା ବେଳେ ସମ୍ବଲପୁରରେ ମଧ୍ୟ ସୀମା ସିଲ୍‌ ହୋଇଛି। ବାଉଁଶ ବାନ୍ଧି ବ୍ୟାରିକେଡ୍‌କରି ଯାତାୟତ ବନ୍ଦ କରିଛି ପୋଲିସ।

ଚିତ୍ରକୋଣ୍ଡାରୁ କୌଣସି ବ୍ୟକ୍ତି ଆନ୍ଧ୍ର ଯାଇପାରିବେ ନାହିଁ କି ଆନ୍ଧ୍ରରୁ କୌଣସି ବ୍ୟକ୍ତି ଚିତ୍ରକୋଣ୍ଡା ଦେଇ ଓଡ଼ିଶା ଭିତରକୁ ଆସି ପାରିବେ ନାହିଁ। ସେହିପରି ସମ୍ବଲପୁର ସୀମାନ୍ତରେ ବି ପୋଲିସ ବ୍ୟାରିକେଡ୍‌ କରିଛି। ଛତିଶଗଡ଼କୁ କୌଣସି ଲୋକ ଓଡ଼ିଶାରୁ ଯାଇ ପାରିବେ ନାହିଁକି ସେପଟୁ ମଧ୍ୟ କୌଣସି ଲୋକ ଓଡ଼ିଶା ପ୍ରବେଶ କରିପାରିବେ ନାହିଁ।

କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ବଢୁଥିବାରୁ ଏହାକୁ ଗୁରୁତର ଭାବେ ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ସଂକ୍ରମଣ ରୋକିବା ପାଇଁ ମନ୍ତ୍ରାଳୟ ଜିଲ୍ଲା ସୀମା ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାସହ ରାଜ୍ୟ ଭିତରେ ଯାଇଥିବା ରାଜପଥ ମଧ୍ୟ ସିଲ୍‌ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ।

Comment