ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ୍ ଆଣ୍ଡ୍ ହସ୍ପିଟାଲରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଲାବୋରେଟାରୀ ଟେକ୍ନିସିଆନ ଏବଂ ରେଡିଓଗ୍ରାଫର ପଦବୀରେ ସମୁଦାୟ ୩୦୭ ଜଣଙ୍କୁ ନିଯୁକ୍ତି ଦିଆଯିବ। ଏନେଇ ଆସନ୍ତା ଏପ୍ରିଲ୍ ୩ରୁ ଅନୁଷ୍ଠିତ ହେବାକୁ ଯାଉଛି ୱାକ୍ ଇନ୍ ଇଣ୍ଟରଭ୍ୟୁ। ଦେଶରେ ବଢିଚାଲିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯୋଗୁଁ ଏହାର ମୁକାବିଲା ପାଇଁ ଏହି ନିଯୁକ୍ତି ଦିଆଯିବ।

ପଦବୀ:

  • ଷ୍ଟାଫ୍ ନର୍ସ- ୨୪୨ଟି ପଦବୀ ( ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୩ ଓ ୪ ସକାଳ ୧୧ରୁ ୧ଟା)
  • ଲାବୋରେଟାରୀ ଟେକ୍ନିସିଆନ- ୨୦ଟି ପଦବୀ (ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୬ ତାରିଖ ସକାଳ ୧୧ରୁ ୧ଟା)
  • ରେଡିଓଗ୍ରାଫର- ୧୫ଟି ପଦବୀ (ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୬ ତାରିଖ ସକାଳ ୧୧ରୁ ୧ଟା)
  • ଫାର୍ମାସିଷ୍ଟ- ୩୦ଟି ପଦବୀ (ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୭ ତାରିଖ ସକାଳ ୧୧ରୁ ୧ଟା)

MKCG medical college and hospital

ଇଣ୍ଟରଭ୍ୟୁ ସ୍ଥାନ– ସେଣ୍ଟ୍ରାଲ୍ ଲାଇବ୍ରେରୀ, ଏମ୍.କେ.ସି.ଜି. ଏମ୍.ସି କ୍ୟାମ୍ପସ୍, ନିୟର କାଜୁଆଲିଟି, ବ୍ରହ୍ମପୁର

ଦରମା– ୧୦୦୦ଟଙ୍କା ଦିନ ପିଛା

ସବିଶେଷ ସୂଚନା ପାଇଁ mkcgmch.org ରେ ଲଗ୍ଇନ୍ କରନ୍ତୁ।

Comment