ଓଡ଼ିଶାଲାଇଭ୍ ବ୍ୟୁରୋ

ଏମ୍ସ ଗୌହାଟୀ ଆନାଟୋମୀ, ବାୟୋ କେମେଷ୍ଟ୍ରୀ ଆଦି ବିଭିନ୍ନ ବିଭାଗରେ ପ୍ରଫେସରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ ୯ ତାରିଖ ସୁଦ୍ଧା ଆବେଦନ କରିପାରିବେ।

  • ଏହି ନିଯୁକ୍ତି ପ୍ରଧାନମନ୍ତ୍ରୀ ସ୍ଵାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ଦିଆଯିବ।
  • ଏମ୍ସ ଗୌହାଟୀ ପାଇଁ ଭୁବନେଶ୍ଵର ଏମ୍ସ ପରାମର୍ଶଦାତା ଦାୟିତ୍ଵ ନେଇଛି। ଏଥିପାଇଁ ଏମ୍ସ ଗୌହାଟୀ ପକ୍ଷରୁ ଭୁବନେଶ୍ଵର ଏମ୍ସ ଏହି ନିଯୁକ୍ତି ପାଇଁ ଆମନ୍ତ୍ରଣ କରିଛି।

ପଦବୀ ବିବରଣୀ:

  • ପ୍ରଫେସର- ୪ଟି ପଦବୀ
  • ଆଡିସନାଲ ପ୍ରଫେସର- ୪ଟି ପଦବୀ
  • ଆସୋସିଏଟ୍‌ ପ୍ରଫେସର- ୪ଟି ପଦବୀ
  • ଆସିଷ୍ଟାଣ୍ଟ ପ୍ରଫେସର- ୧୨ଟି ପଦବୀ

ବିଭାଗ– ଆନାଟୋମୀ, ବାୟୋକେମେଷ୍ଟ୍ରୀ, କମ୍ୟୁନିଟି ଆଣ୍ଡ ଫାମିଲି ମେଡିସିନ୍‌, ଫିଜିଓଲୋଜୀ

ଆବେଦନ ପ୍ରକ୍ରିୟା– ଇଚ୍ଛୁକ ପ୍ରାର୍ଥୀମାନେ ଭୁବନେଶ୍ଵର ଏମ୍ସ ଓ୍ଵେବସାଇଟ୍‌ରେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଏହି ବିଜ୍ଞପ୍ତି ମାର୍ଚ୍ଚ ୯ ତାରିଖରେ ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ କୁହାଯାଇଛି।

ଅଧିକ ସୂଚନା ପାଇଁ aiimsbhubaneswar.nic.in ରେ ଲଗ୍‌ଇନ୍‌ କରନ୍ତୁ।

source: www.chakiri.plus

Comment