ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ ଶୁକ୍ରବାର ରାତିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିଛି। ପିପିଲି ଦାନଗହିରି ଏବଂ ଜୟପୁର ଶାସନରେ ୧୦ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।

ଏହି ଦୁଇ ଗାଁ ଭିତରେ ଯିବା ଆସିବା ବନ୍ଦ କରିଛି ପ୍ରଶାସନ। ଏହାସହ ଗାଁରେ କୌଣସି ଦୋକାନ ଖୋଲିବ ନାହିଁ କି କେହି ଘରୁ ବାହାରକୁ ବାହାରିବେ ନାହିଁ ବୋଲି ପ୍ରଶାସନ କଟକଣା ଜାରି କରିଛି। ଶନିବାର ସକାଳ ୭ଟାରୁ ୧୪ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯିବ।

ଶୁକ୍ରବାର ରାତିରେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ ଦିଲ୍ଲୀରେ ହୋଇଥିବା ନିଜାମୁଦ୍ଦିନ ଧର୍ମସମ୍ମିଳନୀରେ ଯୋଗ ଦେଇଥିବା କୁହାଯାଉଛି।

Comment