ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ ୧୯ ଘଣ୍ଟିଆ ସଟ୍‌ଡାଉନ୍‌
  • ଦିନ ୧୨ଟାରୁ ସକାଳ ୭ଟା ବନ୍ଦ ରହିବ ଜିଲ୍ଲା
  • ଅତ୍ୟାବଶ୍ୟକ ସାମଗ୍ରି କିଣାବିକା ପାଇଁ ୫ ଘଣ୍ଟା
  • ସକାଳ ୭ଟାରୁ ୧୨ଟା ଯାଏଁ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ
  • ଜିଲ୍ଲାରେ ବାଇକ୍‌ ଚଳାଚଳ ଉପରେ ରୋକ୍‌

କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତିଦିନ ୧୨ଟାରୁ ସକାଳ ୭ଟା ଯାଏଁ ଗଞ୍ଜାମ ଜିଲ୍ଲା ସଟ୍‌ଡାଉନ୍‌ ରହିବ ବୋଲି ସେ ଘୋଷଣା କରିଛନ୍ତି।

ଅତ୍ୟାବଶ୍ୟକ ସାମଗ୍ରୀ କିଣା ବିକା ପାଇଁ ପ୍ରତିଦିନ ୫ ଘଣ୍ଟା ସମୟ ମିଳିବ। ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଜିଲ୍ଲାର ବିଭିନ୍ନ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ହୋଇପାରିବ। ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ନେବା ପାଇଁ ଗାଡ଼ିରେ ଆସିବାକୁ ବାରଣ କରାଯାଇଛି। ଏହାସହ ସାରା ଜିଲ୍ଲାରେ ବାଇକ ଚଳାଚଳ ହୋଇପାରିବନି ବୋଲି ଜିଲ୍ଲାପାଳ ସ୍ପଷ୍ଟ ଭାବେ କହିଛନ୍ତି।

୧୯ ଘଣ୍ଟିଆ ସଟ୍‌ଡାଉନ୍‌ ବେଳେ କେହି ଘରୁ ବାହାରି ପାରିବେନି ବୋଲି ଜିଲ୍ଲାପାଳଙ୍କ ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି।

Comment