ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜ ସ୍ୱାସ୍ଥ୍ୟର ଯତ୍ନ ସମସ୍ତଙ୍କୁ ନେବା ଆବଶ୍ୟକ। ଆପଣ ଯେତେବେଳେ ୪୦ ବର୍ଷ ବୟସ ପାର୍‌ କରୁଛନ୍ତି ସେତେବେଳେ ସ୍ୱାସ୍ଥ୍ୟ ପ୍ରତି ବେଶୀ ଯତ୍ନାବାନ ହେବା ଆବଶ୍ୟକ। ଖାସ୍‌ କରି ପୁରୁଷମାନେ ଏମିତି କିଛି ଟିପ୍ସ ଆପଣେଇବା କଥା ଯାହାଦ୍ୱାରା ସେମାନେ ୪୦ ପରେ ବି ମିଷ୍ଟର ପରଫେକ୍ଟ ଲାଗିବେ।

  • ଖାସ କରି ୪୦ ବର୍ଷ ବୟସରେ ପୁରୁଷମାନେ ଡାଇଟ୍‌ ଏବଂ ବ୍ୟାୟାମ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।
  • ସାଧାରଣତଃ ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ଅଧିକାଂଶ ଲୋକ ସକାଳର ଖାଇବା ଭୁଲି ଯାଉଛନ୍ତି। ହେଲେ ସକାଳର ଖାଇବା ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ସକାଳର ଖାଇବା ଶରୀରକୁ ଶକ୍ତି ଯୋଗାଇ ଥାଏ। ୪୦ ବର୍ଷ ବୟସରେ ଶରୀରରେ ଶକ୍ତି ଅଭାବ ହୋଇଥାଏ। ଏମିତି ସ୍ଥିତିରେ ଯଦି ଆପଣ ଠିକ୍‌ ସମୟରେ ସକାଳର ଖାଇବା ଖାଇବେ ତେବେ ଆପଣଙ୍କୁ ଏନର୍ଜି ମିଳିବ।
  • ୪୦ ବର୍ଷ ବୟସରେ ପ୍ରତି ୨/୩ ଘଣ୍ଟାରେ କିଛି ନା କିଛି ଖାଇବାର ଅଭ୍ୟାସ କରିବା ଦରକାର। ସେହିପରି ରାତି ଖାଇବା ୯ଟା ପୂର୍ବରୁ ଖାଇବା ଉଚିତ।

Comment