ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଆଜି ରାତି ୮ଟାରେ ଶେଷ ହେବ ସଟ୍‌ଡାଉନ୍‌।

୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଡାକରା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ପ୍ରଥମ ଦିନ ପରି ଦ୍ୱିତୀୟ ଦିନ ମଧ୍ୟ ସଟ୍‌ଡାଉନ ସଫଳ ହୋଇଥିବା ଜଣାପଡ଼ିଛି। ରାସ୍ତାଘାଟ ଖାଁ ଖାଁ ହୋଇଯାଇଛି। ଗଳି କନ୍ଦିରେ ଲୋକଙ୍କୁ ବି ଦେଖିବାକୁ ମିଳୁନି। ପ୍ରତି ଛକରେ ପୋଲିସ କଡ଼ା ପହରା ଦେଉଥିବା ବେଳେ ବିଭିନ୍ନ କଲୋନୀରେ ମଧ୍ୟ ପିସିଆର୍ ଭ୍ୟାନ ବୁଲୁଛି।

ପ୍ରଥମ ଦିନ ପରି ଦ୍ୱିତୀୟ ଦିନ ସଟ୍‌ଡାଉନକୁ ସଫଳ କରିବା ପାଇଁ ପ୍ରଶାସନ ଜୋରଦାର ଉଦ୍ୟମ ଚଳାଇଛି। ଯେଉଁ କିଛି ଅମାନିଆ ରାସ୍ତାକୁ ଚାଲି ଆସୁଛନ୍ତି ସେମାନଙ୍କୁ ପୋଲିସ ଜବରଦସ୍ତ ଉଠାଇନେଇ କ୍ୱାରେଣ୍ଟାଇନରେ ରଖୁଛି।

ଭୁବନେଶ୍ୱର, କଟକ ଏବଂ ଭଦ୍ରକ ସହରରେ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଆଜି ରାତି ୮ଟାରେ ଅବଧି ଶେଷ ହେଉଛି।

ଭୁବନେଶ୍ୱରର ନାଲକୋ ଛକ, ପଟିଆ ଛକ, ଜୟଦେବ ବିାହର, ଆଚାର୍ଯ୍ୟବିହାର, ବାଣୀବିହାର ରସୁଲଗଡ଼, ଏଜି ଆଦି ଛକରେ ବ୍ୟାରିକେଡ୍‌ ରଖି ପୋଲିସ ପହରା ଦେଉଛି। କେବଳ ଜରୁରୀସେବାରେ ନିୟୋଜିତ ଗାଡ଼ିକୁ ଛାଡ଼ିଦେଲେ ଆଉ କୌଣସି ବି ଗାଡ଼ିକୁ ଛଡ଼ା ଯାଉନି।

ଲକ୍‌ଡାଉନ୍‌ରେ ସହରରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଥିଲା। ସହର ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଣିବା ପାଇଁ ଗାଡ଼ି ଚଳାଚଳ କରୁଥିଲା। ହେଲେ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ରେ ସବୁ ବନ୍ଦ ହୋଇଯାଇଛି। ଏପରିକି ଔଷଧ ଦୋକାନ ମଧ୍ୟ କିଛି ସ୍ଥାନରେ ବନ୍ଦ ରହିଛି।

ଭୁବନେଶ୍ୱର, କଟକ ଏବଂ ଭଦ୍ରକରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଏହି ତିନି ସହରକୁ ସରକାର ସଟ୍‌ଡାଉନ୍‌ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here