ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଓଡ଼ିଶାରେ ଏବେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ। ସାମାଜିକ ଦୂରତା ରକ୍ଷା କରିବାକୁ ଅପିଲ୍‌ କଲେ ସରକାର।

  • ଆଜି ରାତି ୮ଟାରେ ସରିବ ସଟ୍‌ଡାଉନ୍‌
  • ଭୁବନେଶ୍ୱର, କଟକ, ଭଦ୍ରକରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ
  • ବଜାରରେ ଗହଳି ନକରିବାକୁ ସରକାରଙ୍କ ଅନୁରୋଧ
  • ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଅପିଲ୍‌
  • ବଜାରରେ ଭିଡ଼ କଲେ ଆହୁରି କଠୋର ନିୟମ
  • ୧୪ ଯାଏଁ ଜାରି ରହିବ ଲକ୍‌ଡାଉନ୍‌

ଆଜି ରାତି ୮ଟାରେ ଶେଷ ହେବ ସଟ୍‌ଡାଉନ୍‌। କଟକ, ଭୁବନେଶ୍ୱର ଏବଂ ଭଦ୍ରକ ସହର ଗତ ୪୮ ଘଣ୍ଟା ଧରି ସଟ୍‌ଡାଉନ୍‌ ରହିଥିଲା। ଏହି ସଟ୍‌ଡାଉନ୍‌ ଅବଧି ଆଜି ରାତି ୮ଟାରେ ଶେଷ ହେବ। ସଟ୍‌ଡାଉନ୍‌ ଶେଷ ହେବା ପରେ ଏହି ତିନି ସହରରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

‘‘ଏହି ତିନି ସହରକୁ ସଟ୍‌ଡାଉନ୍‌ କରିବାର ଅନେକ କାରଣ ରହିଥିଲା। ଭୁବନେଶ୍ୱର ସୂର୍ଯ୍ୟନଗର ଏବଂ ବମିଖାଲ ଆକ୍ରାନ୍ତ ଚିନ୍ତା ବଢ଼ାଇଥିଲେ। ସେହିପରି କଟକ ଓ ଭଦ୍ରକରେ ନୂଆ କେସ୍‌ ସାମ୍ନାକୁ ଆସିଲା। ଏଣୁ ଏହି ସଂକ୍ରଣର ଛାନ୍‌ଭିନ୍‌ କରିବା ପାଇଁ ସଟ୍‌ଡାଉନ୍‌ କରାଯାଇଥିଲା। ଆମେ ଏହି ସମୟ ଭିତରେ ଜାଣିବାକୁ ପାଇଲୁ ଯେ ଓଡ଼ିଶାରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣର କୌଣସି ଆଶଙ୍କା ଦେଖାଦେଇନି। ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ପାଇଁ ଏହି ସଂକ୍ରମଣ ଦେଖାଦେଇଛି’’, କହିଛନ୍ତି ରାଜ୍ୟ ସରକାର।

ସରକାର ଆହୁରି କହିଛନ୍ତି ଯେ, ସଟ୍‌ଡାଉନ୍‌ ସରିବା ମାତ୍ରେ ଲୋକମାନେ ବଜାରକୁ ଆସି ଗହଳି କରନ୍ତୁ ନାହିଁ। ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି। ଏଣୁ ଲୋକମାନେ ଭିଡ଼ କରନ୍ତୁ ନାହିଁ। ସାମାଜିକ ଦୂରତା ରକ୍ଷା କରନ୍ତୁ। ଯଦି ସାମାଜିକ ଦୂରତା ରକ୍ଷା ନକେଲ ତାହାଲେ ଆହୁରି କଠୋର ପଦକ୍ଷେପ ନିଆଯିବ।

ସଟ୍‌ଡାଉନ୍‌ ତିନି ସହରରେ ସଫଳ ହୋଇଥିବାରୁ ରାଜ୍ୟ ସରକାର ପୋଲିସ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here