ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା ଭିତରେ କଟକରୁ ଆସିଛି ବଡ଼ ଖବର। ପୋଲିସ ଉରପକୁ ଢ଼େଲା ପଥର ମାଡ଼ କରିବା ଅଭିଯୋଗରେ ୧୫ ଜଣ ଗିରଫ ହେବା ଘଟଣା କଟକରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସଂପୃକ୍ତ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

କଟକ କେଶରପୁର ଅଞ୍ଚଳରେ କିଛି ଯୁବକ ଖଟି କରୁଥିଲେ। ସେମାନେ କାହିଁକି ଖଟି କରୁଛନ୍ତି ବୋଲି ପୋଲିସ ପଚାରିଥିଲା। ଫଳରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଖଟି କରୁଥିବା ଯୁବକଙ୍କୁ ଘଉଡ଼ାଇଥିଲା ପୋଲିସ। ଏହାର ଜବାବରେ ସେମାନେ ଢେଲା ପଥର ମାନ କରିଥିବା ଅଭିଯୋଗ ହୋଇଛି।

ଢେଲା ପଥର ମାନରେ କିଛି ପୋଲିସ କର୍ମୀ ଆହତ ହୋଇଛନ୍ତି। ଏପଟେ ପୋଲିସ ୧୫ ଜଣଙ୍କୁ ଗିରଫ କରିଥିବା କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି।

କଟକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପଟେ ବକ୍ସିବଜାରକୁ ମଧ୍ୟ ପୋଲିସ ସିଲ୍‌ କରିଛି। ଏଥିପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ବେଳେ କେଶରପୁରରେ ଉତ୍ତେଜନା ଚାଞ୍ଚଲ୍ୟ ସୃଷ୍ଟି କରିଛି।

Comment