ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟରେ ଅନିୟମିତତା ଓ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଅନେକ ଲୋକଙ୍କଠାରେ ଉଚ୍ଚରକ୍ତଚାପ ଏକ ସମସ୍ୟା ଭାବେ ମୁଣ୍ଡ ଟେକିଛି। ତେବେ, ଏଥିରୁ ନିଜକୁ କେମିତି ସୁରକ୍ଷିତ ରଖିବେ ଜାଣି ରଖନ୍ତୁ।

ରକ୍ତଚାପ କ’ଣ?

ଏହା ଏଭଳି ଏକ ଚାପ ଯିଏକି ରକ୍ତକୁ ଧମନୀ ମଧ୍ୟକୁ ନିକ୍ଷେପଣ କରାଇଥାଏ। ଏହାକୁ ରକ୍ତଚାପ ବା ବ୍ଲଡପ୍ରେସର ବୋଲି କୁହାଯାଏ। ଏହି ଚାପ ହୃଦୟର ପ୍ରତିଟି ସ୍ପନ୍ଦନ ସହିତ ଅଧିକତମ ବା ନ୍ୟୁନତମ ହୋଇଥାଏ। ଏହି ସମୟରେ ହୃତ୍‌ପିଣ୍ଡ ସଙ୍କୁଚିତ ପ୍ରସାରିତ ହୋଇଥାଏ ଓ ଏଥିରେ ମହଜୁଦ୍ ରକ୍ତକୁ ଜୋର୍‌ରେ ଧମନୀଗୁଡ଼ିକୁ ନିକ୍ଷେପ କରାଯାଇଥାଏ। ଏହି ସମୟରେ ଧମନୀରେ ରକ୍ତର ଚାପ ଅଧିକତମ ସ୍ତରରେ ପହଞ୍ଚିଯାଏ। ଏହି ପ୍ରକ୍ରିୟାକୁ ସିଷ୍ଟୋଲିକ୍ ବ୍ଲଡ଼ପ୍ରେସର ବୋଲି କହିଥାନ୍ତି। ପ୍ରତି ସଂକୋଚନ ପରେ ହୃତ୍‌ପିଣ୍ଡ ସାମାନ୍ୟ ଶିଥିଳ ହୋଇଥାଏ। ଏହି ଅବସ୍ଥାରେ ଧମନୀରେ ରକ୍ତଚାପ ନ୍ୟୁନତମ ସୀମାରେ ପହଞ୍ଚିଥାଏ। ଏହାକୁ ’ନିମ୍ନ’ ବା ଡାଇଷ୍ଟୋଲିକ ବ୍ଲଡପ୍ରେସର ବୋଲି କହିଥାନ୍ତି। ତେବେ ଏ କଥା ମନେ ରଖିବାକୁ ହେବ ଯେ ସିଷ୍ଟୋଲିକ ବ୍ଲଡପ୍ରେସର ପ୍ରତିଟି ହୃଦ୍‌ସ୍ପନ୍ଦନ ସହିତ ପରିବର୍ତ୍ତିତ ହୋଇଥାଏ। କାର୍ଯ୍ୟ ବା ଭୋଜନ କରିବା ପର ଅବସ୍ଥାରେ ବା ମାନସିକ ଦୁଶ୍ଚିନ୍ତା ସ୍ଥିତିରେ ହୃଦ୍‌ସ୍ପନ୍ଦନ ବଢିଥାଏ। ମାତ୍ର ବିଶ୍ରାମ ନେବା ସ୍ଥିତିରେ ଏହି ଚାପ ସାମାନ୍ୟ ରହିଥାଏ। ତେବେ କଥା ହେଉଛି ସିଷ୍ଟୋଲିକ୍ ବ୍ଲଡପ୍ରେସର ଖାସ୍ କରି ହୃଦୟର ଗତି ଉପରେ ନିର୍ଭର କରିଥାଏ। ଏଣୁ ଡାଇଷ୍ଟୋଲିକ ବ୍ଲଡପ୍ରେସରର ଗୁରୁତ୍ୱକୁ ଅଧିକ ଧ୍ୟାନ ଦିଆଯାଏ।

ରକ୍ତଚାପର ସାମାନ୍ୟ ସୀମା

ସିଷ୍ଟୋଲିକ ଚାପ ୧୩୦ମିଲିମିଟର ମରକ୍ୟୁରୀ ଓ ଡାଇଷ୍ଟୋଲିକ୍ ଚାପ ୮୫ ମିଲିମିଟର ମରକ୍ୟୁରୀରୁ କମ୍ ହେଲେ ଏହାକୁ ସାମାନ୍ୟ ବୋଲି ଗଣନା କରାଯାଏ। ମାତ୍ର ସବୁଠୁ ବଡ଼ ଚାପ ୧୨୦/୮୦ ଭିତରେ ଗଣନା କରାଯାଏ। ୧୩୦ରୁ ୧୩୯ର ସିଷ୍ଟୋଲିକ୍ ତଥା ୮୫ରୁ ୮୯ ଡାଇଷ୍ଟୋଲିକ ଚାପ ମଧ୍ୟ ଅସାମାନ୍ୟ ନୁହେଁ, କିନ୍ତୁ ଏହାକୁ ଏକ ଚେତାବନୀ ବୋଲି ଭାବିବା ଉଚିତ। ଏଭଳି ସ୍ଥିତି ପହଞ୍ଚିଲେ ପ୍ରତିବର୍ଷ ପରୀକ୍ଷା କରାଇବା ଉଚିତ। ଯେତେବେଳେ ରକ୍ତଚାପ ୧୪୦ରୁ ୯୦ ପଏଣ୍ଟକୁ ଛୁଇଁଯାଏ ସେତେବେଳେ ଏହା ଉଚ୍ଚ ରକ୍ତଚାପ ଶ୍ରେଣୀରେ ଆସିଯାଏ। କିନ୍ତୁ ଥରେ ଏହି ପଏଣ୍ଟକୁ ଛୁଇଁଯିବା ପରେ ଯେକୌଣସି ନିର୍ଣ୍ଣୟରେ ପହଞ୍ଚିଥାଏ।

ଉଚ୍ଚ ରକ୍ତଚାପର କାରଣ କ’ଣ?

ଉଚ୍ଚ ରକ୍ତଚାପର ନିର୍ଦ୍ଦିଷ୍ଟ କାରଣ କ’ଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ରକ୍ତଚାପ ରୋଗ ହେବାର କିଛି କାରଣ ଜୀବନର ରୀତିନୀତି ସହିତ ଜଡ଼ିତ ରହିଥାଏ ତ ଆଉ କିଛି କାରଣ ଆନୁବଂଶିକ ଯୋଗୁଁ ହୋଇଥାଏ।

ଧୂମପାନ

ଅଧିକ ଓଜନ କିମ୍ବା ମେଦବହୁଳ ହେବା

ଶାରୀରିକ ପରିଶ୍ରମ ନ କରିବା

ଖାଦ୍ୟରେ ଅତ୍ୟଧିକ ଲୁଣ ବ୍ୟବହାର କରିବା

ଅତ୍ୟଧିକ ମଦ୍ୟପାନ

ଚାପ, ମାନସିକ ଚାପ

ବୟସ ଅଧିକ ହେଲେ

ଜେନେଟିକ ବା ବଂଶାନୁକ୍ରମ

କ୍ରୋନିକ୍‌ କିଡ୍‌ନି ରୋଗ

ଥାଇରଏଡ୍‌ ରୋଗ ଥିଲେ

ଠିକ୍‌ ଭାବରେ ନ ଶୋଇଲେ

ଖାଦ୍ୟ ଓ ଜୀବନଶୈଳୀ ରକ୍ତଚାପକୁ ପ୍ରଭାବିତ କରିଥାଏ କି?

ହଁ, ଖାଦ୍ୟ ଓ ଜୀବନଶୈଳୀ ସହ ଉଚ୍ଚ ରକ୍ତଚାପର ସମ୍ବନ୍ଧ ରହିଛି। ବିଶେଷଜ୍ଞଙ୍କ ପରୀକ୍ଷା ଅନୁଯାୟୀ, ଜାପାନର ଉତ୍ତର ଦ୍ୱୀପପୁଞ୍ଜରେ ରହୁଥିବା ଲୋକମାନେ ପୃଥିବୀର ଅନ୍ୟ ଦେଶ ତୁଳନାରେ ଅଧିକ ଲୁଣ ଖାଇଥା’ନ୍ତି। ସେଠାରେ ଉଚ୍ଚରକ୍ତଚାପ ରୋଗୀ ଅଧିକ ଅଛନ୍ତି। ଅନ୍ୟପଟେ ଯେଉଁମାନେ କମ୍‌ ଲୁଣ ଖାଇଥା’ନ୍ତି, ସେମାନଙ୍କଠାରେ ଉଚ୍ଚରକ୍ତଚାପ ଦେଖାଦେଇ ନାହିଁ।

ଲକ୍ଷଣ

ବେଳେବେଳେ ଉଚ୍ଚ ରକ୍ତଚାପ ବା ହାଇପରଟେନସନ୍‌ର କୌଣସି ଲକ୍ଷଣ ଦେଖାଦେଇ ନ ଥାଏ। କିନ୍ତୁ ଯଦି ଆପଣଙ୍କ ରକ୍ତଚାପ ଅତ୍ୟଧିକ, ତେବେ ଆପଣଙ୍କଠାରେ ଏହିସବୁ ଲକ୍ଷଣ ଦେଖାଦେଇଥାଏ।

ପ୍ରବଳ ମୁଣ୍ଡବିନ୍ଧା ହେବା।

ଥକ୍କା ଲାଗିବା।

ଆଖିକୁ ଠିକ୍‌ ଭାବରେ ଦେଖା ନଯିବା।

ଛାତି ଯନ୍ତ୍ରଣା।

ହୃଦ୍‌ସ୍ପନ୍ଦନର ଗତି ବଢ଼ିଗଲେ।

ନିଦ ନ ହେଲେ।

ହୃଦ୍‌ରୋଗ ହେଲେ।

ନିଶ୍ୱାସ ନେବାରେ ଅସୁବିଧା।

ପରିସ୍ରାରେ ରକ୍ତ ପଡ଼ିବା।

ଯଦି ଏଭଳି କିଛି ଲକ୍ଷଣ ଦେଖାଦେଉଛି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

କେମିତି କରିବେ ଚିକିତ୍ସା?

ଷ୍ଟ୍ରୋକ୍‌, ହୃଦଘାତ, କିଡ୍‌ନି ରୋଗର କାରଣ ସାଜିଥାଏ ଉଚ୍ଚରକ୍ତଚାପ। ଏଥିପାଇଁ ନିଜ ଡାଏଟ୍‌ରେ ପରିବର୍ତ୍ତନ, ବ୍ୟାୟାମ ଓ ମେଡିସିନ୍‌ ନେବା ନିହାତି ଜରୁରୀ।

ରକ୍ତଚାପ ବୃଦ୍ଧିରୁ ରକ୍ଷା ପାଇବା ପାଇଁ ରୋଗୀ ସର୍ବଦା କାମ, କ୍ରୋଧ, ଚିନ୍ତା, ବ୍ୟାକୁଳତା ଆଦି ମାନସିକ ଅବସାଦରୁ ମୁକ୍ତି ପାଇବା ଉଚିତ।

ରୋଗ ହୋଇଛି ବୋଲି ରୋଗୀ ସର୍ବଦା ଚିନ୍ତାରେ ବୁଡି ରହିବା ଉଚିତ ନୁହେଁ। କାରଣ ରୋଗ ଆରମ୍ଭ ହୋଇଗଲେ ମଧ୍ୟ ଚିନ୍ତାମୁକ୍ତ ହେବା ଦ୍ୱାରା ୧୦/୧୫ ବର୍ଷ ସୁସ୍ଥ ରହିହୁଏ।

ଭୋକରେ ରହନ୍ତୁ ନାହିଁ।

ରକ୍ତଚାପକୁ ସନ୍ତୁଳନ ରଖିବା ପାଇଁ ସୁସ୍ଥ ଖାଦ୍ୟ ଖାଇବା ଲାଭଦାୟକ। ଡାଏଟ୍‌ରେ ଅଧିକ ଫଳ, ପନିପରିବା, ଫ୍ୟାଟ୍‌ ନଥିବା କ୍ଷୀର, କମ୍‌ ଚର୍ବିଯୁକ୍ତ ଖାଦ୍ୟ ଖାଇବା ଭଲ। ଖାଦ୍ୟରେ ସୋଡିୟମ୍‌ ଓ ଲୁଣର ମାତ୍ରାକୁ କମ୍‌ କଲେ ଉଚ୍ଚରକ୍ତଚାପ ହେବାର ଆଶଙ୍କା କମ୍‌ ହୋଇଥାଏ।

ନିଜ ଖାଦ୍ୟ ତାଲିକାରେ ପାଳଙ୍ଗ, ସବୁଜ ପରିବା, ଦହି, ମାଛ, ଓଟ୍ସ, ବିଟ୍‌, ରସୁଣ, ପିସ୍ତା, ଡାଳିମ୍ବ, ଡାଲିଜାତୀୟ ଖାଦ୍ୟ, ଡାର୍କ ଚକୋଲେଟକୁ ସାମିଲ କରନ୍ତୁ।

ଓଜନ ଅଧିକ ଥିଲେ, ଓଜନ କମାନ୍ତୁ।

ନିଜ ଦୈନନ୍ଦିନ ଜୀବନରେ ଏକ୍ସରସାଇଜ୍‌, ଯୋଗ କରନ୍ତୁ। ଶାରୀରିକ ପରିଶ୍ରମ ସମସ୍ତ ରୋଗରୁ ମୁକ୍ତି ଦେଇଥାଏ।

ଧୂମପାନ ଓ ମଦ୍ୟପାନଠାରୁ ନିଜକୁ ସମ୍ପୂର୍ଣ୍ଣ ଦୂରରେ ରଖନ୍ତୁ।

ଦିନସାରା ପ୍ରଚୁର ପାଣି ପିଅନ୍ତୁ।

ଖୋଲା ପବନରେ ପ୍ରତିଦିନ ଭ୍ରମଣ କରନ୍ତୁ। ସ୍ୱଳ୍ପ ଭୋଜନ କରିବା ଦ୍ୱାରା ଶରୀର ଭାର କମ୍ ରହେ।

ପୀଡିତ ବ୍ୟକ୍ତି ରାତିରେ ପ୍ରାୟ ୯ ଘଣ୍ଟା ନିଦ୍ରା ଯିବା ତଥା ଦ୍ୱିପ୍ରହରରେ ମଧ୍ୟ ଭୋଜନ ପରେ ଏକଘଣ୍ଟା ପୂର୍ଣ୍ଣ ବିଶ୍ରାମ କରନ୍ତୁ। ଯଦି ଉଚିତ ପରିମାଣର ନିଦ ହେଉ ନାହିଁ, ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଚିକିତ୍ସା: ରକ୍ତଚାପ ୧୫୦/୯୦ ମିଲିରୁ ଊର୍ଦ୍ଧ୍ୱ ରହିଲେ ରୋଗୀର ଚିକିତ୍ସା ସେହି ସମୟରେ ଆରମ୍ଭ କରିଦେବା ଉଚିତ୍। ନଚେତ୍ ଅଧିକ ବଢିଗଲେ ଚିକିତ୍ସା କଠିନ ହୋଇପଡ଼େ। ନେତ୍ର, ହୃଦୟ ଅଥବା ମସ୍ତିଷ୍କ ସମ୍ବନ୍ଧୀୟ କୌଣସି ଉପଦ୍ରବ ପ୍ରକଟିତ ହେଲେ ରକ୍ତଚାପର ଚିକିତ୍ସା କଲେ କିଛି ଲାଭ ମିଳି ନ ଥାଏ। କିନ୍ତୁ ଯଦି ରୋଗ ପ୍ରାରମ୍ଭିକ ଅବସ୍ଥାରେ ହୋଇଥାଏ, ତେବେ ଔଷଧର ପ୍ରୟୋଗ କରିବା ଉଚିତ୍ ନୁହେଁ। କେବଳ କାରଣର ନିବାରଣ କରାଯିବା ଦରକାର।

Comment