ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନାରୁ ସୁସ୍ଥ ହୋଇ SGPGI ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ ଗାୟିକା କନିକା କପୁର। ଷଷ୍ଠ ଥର କନିକାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସୋମବାର ସକାଳେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି।

ଘରକୁ ଫେରିଥିଲେ ବି ବର୍ତ୍ତମାନ କନିକାଙ୍କୁ ତାଙ୍କ ଘରେ ୧୪ ଦିନ ଯାଏଁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଅର୍ଥାତ ଏହି ସମୟ ମଧ୍ୟରେ ସେ କାହାକୁ ଭେଟିବେ ନାହିଁ।

ବର୍ତ୍ତମାନ ପର୍ଯ୍ୟନ୍ତ କନିକା କପୁରଙ୍କର ୬ଥର କରୋନା ପରୀକ୍ଷା କରାଯାଇଛି । ଗୋଟିଏ ପରୀକ୍ଷା KGMUରେ ହୋଇଥିବାବେଳେ ଅବଶିଷ୍ଟ ୫ଟି ପରୀକ୍ଷା PGIରେ କରାଯାଇଥିଲା। ସେଥିମଧ୍ୟରୁ ତାଙ୍କ ୪ଟି ରିପୋର୍ଟ ପଜିଟିଭି ଆସିବା ପରେ ପଞ୍ଚମ ଓ ଷଷ୍ଠ ଥର ରିପୋର୍ଟ ନେଗେଟିଭ୍‌ ଆସିଛି।

କନିକା କପୁର ମାର୍ଚ୍ଚ ୯ରେ ଲଣ୍ଡନରୁ ଫେରିଥିଲେ।  ବିଭିନ୍ନ ବଡ଼ ବଡ଼ ପାର୍ଟିରେ ଯୋଗ ଦେଇଥିଲେ। ସେ କରୋନା ପଜିଟିଭ୍‌ ବୋଲି ମାର୍ଚ୍ଚ ୨୦ରେ ଜଣାପଡ଼ିଥିଲା। ସେ କରୋନା ଲୁଚାଇବାକୁ ଚେଷ୍ଟା କରିଥିଲେ ବୋଲି ଅନେକ ବାଦ ବିବାଦ ମଧ୍ୟ ହୋଇଥିଲା।

Comment