ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅଞ୍ଚଳରେ ଜଣେ ଦୁବାଇ ଫେରନ୍ତା ଯୁବକଙ୍କ ଦେହରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସାରା ଜିଲ୍ଲାରେ ଚହଳ ପଡ଼ିଯାଇଥିଲା। ଜିଲ୍ଲା ପ୍ରଶାସନ ତାଙ୍କୁ ନେଇ କଟକର ଅଶ୍ଵିନୀ ହସ୍ପିଟାଲରେ ନିର୍ମିତ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ତାଙ୍କ ପରିବାରର ୩ ଜଣ ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖି ରକ୍ତ ନମୁନା ଓ ସ୍ୱାବ୍ ପରୀକ୍ଷା ପାଇଁ ପଠାଇଥିଲା। ଏହି ରିପୋର୍ଟ ଆଜି ନେଗେଟିଭ୍ ଆସିଛି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏଥିରେ ଯୋଡି ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଜଣେ ସଂକ୍ରମିତ। ଗତ ୬ ତାରିଖରେ ତାଙ୍କ ରକ୍ତ ନମୁନା ପଜିଟିଭ୍ ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ତାଙ୍କୁ କଟକର ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହି ସଂକ୍ରମିତ ଯୁବକ କେତେଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତାର ଖୋଳତାଡ କରିଥିଲା ଜିଲ୍ଲା ପ୍ରଶାସନ। ତାଙ୍କ ପରିବାରରେ ଥିବା ୩ ଜଣ ସଦସ୍ୟଙ୍କୁ ଜିଲ୍ଲାର ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲରେ ରଖାଯାଇ, ତାଙ୍କର ରକ୍ତ ନମୁନା ଓ ସ୍ୱାବ୍ ପରୀକ୍ଷା ପାଇଁ ପଠାଇଥିଲା ଜିଲ୍ଲା ପ୍ରଶାସନ। ଆଜି ତାଙ୍କ ରିପୋର୍ଟ ନେଗେଟିଭ୍ ଜଣାପଡିଥିବା କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ସାଧାରଣ ସ୍ୱାସ୍ଥ୍ୟ) ମିର୍ଜା ବାବର ବେଗ୍ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକର  ସଂକ୍ରମିତଙ୍କ ଗାଁ ସମେତ ଆଖପାଖ ୧୨ଟି ଗାଁକୁ ୪୮ ଘଣ୍ଟିଆ ସଟ୍ ଡାଉନ କରାଯାଇଛି। ଗାଁକୁ ରାସାୟନିକ ପଦାର୍ଥ ଦ୍ୱାରା ବିଶୋଧନ କରାଯାଇଛି। ଆଜି ତାଙ୍କ ପରିବାର ଲୋକମାନଙ୍କଠାରେ କରୋନା ପଜିଟିଭ୍ ନମିଳିବା ଖବର ସାରା ଜିଲ୍ଲାକୁ ଆଶ୍ୱସ୍ତ କରିଛି।

ଜିଲ୍ଲାରୁ ଏପର୍ଯ୍ୟନ୍ତ ୧୮୦ ଜଣ ବିଦେଶ ଫେରନ୍ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ଜଣଙ୍କର ରିପୋର୍ଟ ପଜିଟିଭ୍ ମିଳିଥିବା ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ମିର୍ଜା ବାବର ବେଗ୍ ସୂଚନା ଦେଇଛନ୍ତି।

Comment