ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଏହାଠାରୁ ବଳି ଦୁଃଖର ଖବର ଆଉ କିଛି ହୁଏତ ଆଉ କେବେ ଆସିନଥାନ୍ତା। ଆମେରିକାରେ କରୋନା ତାଣ୍ଡବ ରଚାଇଥିବା ବେଳେ ଏବଂ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ଖବର ମଧ୍ୟରେ ଜଣେ ପ୍ରବାସୀ ମହିଳା ଏହି ଘାତକ ମହମାରୀର ଶିକାର ହୋଇଛନ୍ତି। ତାଙ୍କ ନାମ ସୁମନା ପଣ୍ଡା ଓ ସେ ଭୁବନେଶ୍ୱରର ମୂଳ ବାସିନ୍ଦା।

ନ୍ୟୁ ଜେର୍ସିର ପୂର୍ବ ବ୍ରନ୍ସଉଇକରେ ସେ ରହୁଥିଲେ। ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ସେ ସମ୍ଭବତଃ ପ୍ରଥମ ଓଡ଼ିଆ ଯିଏ କରୋନା ଦ୍ଵାରା ଆକ୍ରାନ୍ତ ହେବା ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୦ ବର୍ଷ ହୋଇଥିଲା। ତାଙ୍କର ସ୍ୱାମୀ ଓ ଗୋଟିଏ ଝିଅ ଅଛନ୍ତି।

coronaଖବର ଅନୁସାରେ ଆଉ ଜଣେ ଓଡ଼ିଆ ମଧ୍ୟ କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହେଉଛନ୍ତି। ବୋଷ୍ଟନର ଏକ ହସ୍ପିଟାଲର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଆମେରିକାରେ ହଜାର ହଜାର ଓଡ଼ିଆ ରହୁଛନ୍ତି। ଟେକ୍ସସ, ନ୍ୟୁ ଜେର୍ସି ଓ କାଲିଫର୍ଣ୍ଣିଆ ଆଦି ସହରରେ ଶହ ଶହ ପ୍ରବାସୀ ଓଡ଼ିଆ ଦୀର୍ଘ ବର୍ଷ ଧରି ରହି ଆସୁଛନ୍ତି।

Comment