ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଯୋଗୁଁ ଯେଉଁ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି ସେହି ଦୃଷ୍ଟିରୁ ରାଜ୍ୟମାନେ ରାଜସ୍ୱ ନିଅଣ୍ଟ ଟାର୍ଗେଟକୁ ଭାଙ୍ଗିଲେ କେନ୍ଦ୍ର ସରକାର କିଛି ମନେ କରିବେ ନାହିଁ ଓ ସେଥିପ୍ରତି କୋହଳ ମନୋଭାବ ପୋଷଣ କରିବା ଉଚିତ ବୋଲି ଓଡ଼ିଶା ସରକାର ଦାବି କରିଛନ୍ତି।

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଭିନ୍ନ ଦଳର ନେତାମାନେ ଯେଉଁ ଭିଡିଓ କନଫରେନ୍ସିଂ କରିଥିଲେ ସେଥିରେ ବିଜେଡି ସାଂସଦ ପିନାକୀ ମିଶ୍ର ଏହି କଥା କହିଥିଲେ।

ପିନାକୀ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟ ସରକାରମାନଙ୍କ ହାତରେ ଯଥେଷ୍ଟ ଅର୍ଥ ରହିବା ଦରକାର। ଦାଦନ ଶ୍ରମିକଙ୍କ ପାଇଁ ଖାଦ୍ୟ ଯୋଗାଣ ଓ ଅନ୍ୟ ବହୁ ରକମର କଲ୍ୟାଣମୂଳକ ଯୋଜନା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି। ଏଣୁ ରାଜସ୍ୱ ନିଅଣ୍ଟର ସୀମା ଡେଇଁବାକୁ ରାଜ୍ୟ ସରକାରମାନଙ୍କୁ ଅନୁମତି ଦିଆଯିବା ଉଚିତ। ସେ ଆହୁରି ମଧ୍ୟ କହିଲେ ଯେ, ଦୁଇ ବର୍ଷ ପର୍ଯ୍ୟନ୍ତ ସାଂସଦ ପାଣ୍ଠି ଯାହାକୁ ବାତିଲ କରାଯାଇଛି ତାହାକୁ  ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ପାଣ୍ଠିକୁ ଦେଇ ଦିଆଯିବା ଠିକ ହେବ।

Comment