ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁହଁରେ ମାସ୍କ। ବସିବା ସ୍ଥାନରେ ୧ ମିଟର ଦୂରତାର ବ୍ୟବଧାନ। ଏମିତି ନିଆରା ଢଙ୍ଗରେ କରୋନା ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ କୁସପଙ୍ଗୀ ଗ୍ରାମର ରାମଲୀଳା ନାଟ୍ୟ ସଂସଦର କଳାକାରମାନେ।

ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ଦେଖାଦେଇଥିବାରୁ ଚଳିତବର୍ଷ କୁସପଙ୍ଗୀ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ନାକଟକ ପରିବେଷଣ ବନ୍ଦ କରାଯାଇଥିଲା। ସରକାରଙ୍କ ଲକ୍‌ଡାଉନ୍‌ ନିୟମକୁ ମାନିବା ସହ ସାମାଜିକ ଦୂରତା ବଜା ରଖିବା ପାଇଁ ନାଟକ ବନ୍ଦ କରାଯାଇଥିଲା। କେବଳ ପରମ୍ପରାକୁ ବଜାୟ ରଖିବା ଲାଗି ରାମଲୀଳାର ବହି ପାଠ କରାଯାଇଥିଲା। ଏଥିରେ ବି ସାମାଜିକ ଦୂରତା ରକ୍ଷା କରାଯାଇଥିବା ନାଟ୍ୟ ସଂସଦର ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା ସୂଚନା ଦେଇଛନ୍ତି।

୧୯୪୨ ମସିହାରୁ ଦୀର୍ଘ ୭୮ ବର୍ଷ ଧରି ଚୈତ୍ର ମାସ ଶୁକ୍ଲ ପକ୍ଷ ନବମୀ ତିଥିରେ ଗାଁର କଳାକାରମାନଙ୍କୁ ନେଇ ରାମଲୀଳା ଗୀତିନାଟ୍ୟ ପରିବେଷଣ ହୋଇ ଆସୁଛି। ରାମ ଜନ୍ମଠାରୁ ଆରମ୍ଭ କରି ରାବଣ ବଧ ଏବଂ ଅଭିଷେକ ପର୍ଯ୍ୟନ୍ତ ୧୨ ଦିନ ଧରି ନାଟକ ପରିବେଷଣ ହୋଇଥାଏ। ଗ୍ରାମର ରଘୁନାଥ ଦେବଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଥିବା ନାଟକ ସମଗ୍ର ଅଞ୍ଚଳରେ ସୁନାମ ଅର୍ଜନ କରିଛି।

coronaଚଳିତ ବର୍ଷ ସାରା ବିଶ୍ୱରେ କରୋନା ଆତଙ୍କ ଦେଖାଦେଇଥିବାରୁ ଗ୍ରାମବାସୀ ଏବଂ ରାମଲୀଳା ନାଟ୍ୟ ସଂସଦର ମିଳିତ ନିଷ୍ପତ୍ତିକ୍ରମେ ନାଟକ ପରିବେଷଣ ସ୍ଥଗିତ ରଖାଯାଇଥିଲା। ବିଧି ଅନୁଯାୟୀ ରାମନବମୀଠାରୁ ଆଦ୍ୟକାଣ୍ଡ, ଅଯୋଧ୍ୟା କାଣ୍ଡ, ଅରଣ୍ୟ କାଣ୍ଡ, କିସ୍କିନ୍ଧ୍ୟା କାଣ୍ଡ, ସିନ୍ଦୁରା କାଣ୍ଡ, ଲଙ୍କା କାଣ୍ଡ ପଠନ କରାଯାଇଥିଲା। ଏହି ସମୟରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା। ଶେଷଦିନ ଅନୁଷ୍ଠାନର ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା ସମସ୍ତ ସଭ୍ୟଙ୍କୁ ମାସ୍କ ବଣ୍ଟନ କରିବା ସହ କରୋନାର ଭୟାବହତା ଉପରେ ସଚେତନ କରିଥିଲେ।

ବାରମ୍ବାର ସାବୁନରେ ହାତ ଧୋଇବା, କାଶିବା ଓ ଛିଙ୍କିବା ବେଳେ ମୁହଁକୁ କପଡ଼ାରେ ଢ଼ାଙ୍କିବା ପାଇଁ ସଭାପତି ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ବିଭୁପ୍ରସାଦ ନାୟକ, ସୁଦାକର ବେଉରା, ରାମଚନ୍ଦ୍ର ସ୍ୱାଇଁ, ଗୋବର୍ଦ୍ଧନ ବେଉରା, ଗୌରାଙ୍ଗ ସ୍ୱାଇଁ, ଦାମୋଦର ବେଉରା, କବିରାଜ ସ୍ୱାଇଁ, କୈଳାସ ଚନ୍ଦ୍ର ସ୍ୱାଇଁ, ସଦାନନ୍ଦ ସ୍ୱାଇଁ, ବସନ୍ତ ସ୍ୱାଇଁ, ଅରବିନ୍ଦ ବେଉରା, ସନ୍ତୋଷ ସ୍ୱାଇଁ, ପ୍ରଶାନ୍ତ ସାହୁ, ମୃତ୍ୟୁଞ୍ଜୟ ଲେଙ୍କା, ସୁଶାନ୍ତ ସ୍ୱାଇଁ, ଚିନୁ ସ୍ୱାଗତ ବେଉରା, ରବୀନ୍ଦ୍ର ସାମଲ, ଦୀନବନ୍ଧୁ ପରିଡ଼ା, ବରେନ୍ଦ୍ର ବେଉରା, ଶରତ ବେଉରା, ଅମୂଲ୍ୟ ସାମଲ, ସୁଜିତ ବାରିକ, ବିନ୍ଦୁ ସାଗର ଲେଙ୍କା, ରମେଶ ନାୟକ, ସୀତାନାଥ ବେଉରା, ବିଭୁତି ବଉେରା, ଭିକାରୀ ବେଉରା, ସୁଶାନ୍ତ ବେଉରା ପ୍ରମୁଖ ଉପସ୍ଥିତ ଥିଲେ।

Comment