ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକଡାଉନ୍ ସମୟରେ ଏଣିକି ମତ୍ସଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇପାରିବେ। ମାଛ ବ୍ୟବସାୟୀମାନେ ମଧ୍ୟ ଏଣିକି ଲକଡାଉନ୍ ସମୟରେ ନିଜ କାମ ବିନା କୌଣସି ବାଧାରେ କରିପାରିବେ। କେନ୍ଦ୍ର ଗୃହମନ୍ତ୍ରାଳୟ ଶନିବାର ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି।

ଏଥିରେ କୁହାଯାଇଛି ଯେ ଲକଡାଉନ୍ ସମୟରେ ମତ୍ସ୍ୟଚାଷ ସମ୍ବନ୍ଧୀୟ ସମସ୍ତ କାମ ଚାଲୁରହିବ। ମତ୍ସ୍ୟଚାଷ, ମତ୍ସ୍ୟ ବିହନ, ମାଛ ବିକ୍ରି, ପ୍ୟାକିଂ,ଆଦି ସମସ୍ତ ପକ୍ରିୟାକୁ ଲକଡାଉନରୁ ବାଦ୍ ଦିଆଯଆଇଛି। ମାଛ ଧରାଳିମାନେ ମଧ୍ୟ ବିନା କୌଣସି ବାଧାରେ ସମୁଦ୍ରକୁ ଯାଇ ମାଛ ମାରିପାରିବେ ବୋଲି କୁହାଯାଇଛି। ବିଶେଷକରି ଚିଙ୍ଗୁଡ଼ି ଚାଷ, ମାଛ ଅମଳ ଓ ମାଛ ବ୍ୟବସାୟ ଯଥା ସମ୍ଭବ ସୁରୁଖୁରରେ ଜାରି ରହିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଜାରି କରାଯାଇଛି।
ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ୍ ଦିଆଯାଇଥିଲା। ହେଲେ ଏଥିରେ ମାଛଚାଷ ସମ୍ବନ୍ଧୀୟ କୌଣସି ସୂଚନା ରହିନଥିଲା। ଫଳରେ ମାଛଧରାଳିମାନେ ସମୁଦ୍ରକୁ ମାଛ ଧରିବାକୁ ଯାଉନଥିଲେ। ଫଳରେ ବଜାରରେ ମାଛର ଘୋର ଅଭାବ ଦେଖାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
















