ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ସୁସ୍ଥ ହେଲେଣି ୧୩ କରୋନା ଆକ୍ରାନ୍ତ।

ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। କଟକ ଅଶ୍ଵିନୀ ହସ୍ପିଟାଲର ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ କଳାହାଣ୍ଡିର କରୋନା ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ପୂର୍ବରୁ ୧୨ ଜଣ ରୋଗୀ ସୁସ୍ଥ ହୋଇଥିଲେ। କଳାହାଣ୍ଡିର ଆକ୍ରାନ୍ତଙ୍କୁ ମିଶାଇ ୧୩ ଜଣ ଏବେସୁଦ୍ଧା କରୋନାରୁ ସୁସ୍ଥ ହେଲେଣି।

ଗତ ଏପ୍ରିଲ ୪ ତାରିଖରେ କଳହାଣ୍ଡିର ଜଣେ ଯୁବକ କରୋନା ଆକ୍ରାନ୍ତ ହୋଇଥିଲେ। ସେ ବାହାରିନ୍‌ରୁ ଆସିଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ରବିବାର ରାତିରେ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

coronaବାହାରିନ୍‌ରୁ ଆସିଥିବା ଏହି ଯୁବକଙ୍କ ସଂସ୍ପର୍ଶରେ ଗୋଲମୁଣ୍ଡାର ଜଣେ ଯୁବକ ସଂସ୍ପର୍ଶରେ ଆସିଥିଲେ। ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା। କଳାହାଣ୍ଡିରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ରାଜ୍ୟରେ ୫୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୩ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

Comment