ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ବର୍ତ୍ତମାନସୁଦ୍ଧା ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି।

ଓଡ଼ିଶାରେ ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ। ସୁସ୍ଥ ହୋଇଥିବା ୫ ଜଣ ଯାକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୧୮ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି।

ଭୁବନେଶ୍ୱରରେ ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ପୂର୍ବରୁ ୭ ଜଣ ଏବଂ ଗତ ସୋମବାର ରାତିରେ ୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଳାହାଣ୍ଡିର ଜଣେ ଆକ୍ରାନ୍ତ, କଟକ, ପୁରୀ ଏବଂ ଯାଜପୁରର ଆକ୍ରାନ୍ତ ସୁସ୍ଥ ହୋଇଥିଲେ।

coronaସୋମବାର ରାତିରେ ୫ ଜଣ ସୁସ୍ଥ ହୋଇଥିବା ଖବର ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଥିବା ବେଳେ ଆଜି ଯାଜପୁର ଅଞ୍ଚଳରୁ ଆଉ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପୁଣି ଚିନ୍ତା ବଢ଼ାଇଛି। ଆକ୍ରାନ୍ତ ଜଣକ କୋଲକାତାରୁ ଆସିଥିବା ଜଣାପଡ଼ିଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି।

Comment