ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ପାଇଁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ହେଲା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହା ସ୍ଥଗିତ ରହିବ। ଏନେଇ ସୂଚନା ଦେଇଛି ବିସିସିଆଇ।

ଚଳିତ ବର୍ଷ ମାର୍ଚ୍ଚ ୨୯ ତାରିଖରେ ଆଇପିଏଲ ହେବାର ଥିଲା। ହେଲେ କରୋନା ଭାଇରସ୍‌ ଯୋଗୁଁ ସାରା ଦେଶକୁ ଏପ୍ରିଲ ୧୪ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ସରକାର। ଏଥିପାଇଁ ଆଇପିଏଲ୍‌ ହେବ କି ନାହିଁ ସେନେଇ ଏପ୍ରିଲ ୧୪ ପରେ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ସୂଚନା ଦେଇଥିଲା।

ହେଲେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ କେନ୍ଦ୍ର ସରକାର ପୁଣି ଲକ୍‌ଡାଉନ୍‌ ଅବଧିକୁ ମେ’ ୩ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି। ଫଳରେ ବର୍ତ୍ତମାନ ବିସିସିଆଇ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖିଛି।

ଏଭଳି ପରିସ୍ଥିତିରେ ଚଳିତ ବର୍ଷ ଆଇପିଏଲ ହେବ କି ନାହିଁ ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ସେହିପରି ଚଳିତ ବର୍ଷ ଟି-୨୦ ବିଶ୍ଵକପ ନହୋଇପାରେ ବୋଲି କୁହାଯାଉଛି।

Comment