ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାକୁ ନେଇ ଆତଙ୍କିତ ରାଜ୍ୟବାସୀ। ଏପରିସ୍ଥଳେ ‘ପୁଣି ହସିବ ଓଡ଼ିଶା’ ମ୍ୟୁଜିକ ଭିଡିଓ ଜରିଆରେ ରାଜ୍ୟବାସୀଙ୍କ ମନୋବଳ ବଢ଼ାଇଲେ ଓଲିଉଡ କଳାକାର।   

‘‘ପୁଣି ଗାଁରେ ଗୋଧୂଳି ଉଡ଼ିବ, ପୁଣି ସହରରେ ଗାଡ଼ି ଗଡ଼ିବ, ପୁଣି ଏକାଠି ଚଳିବା ସମସ୍ତେ ,ପୁଣି ହେବା ସାଙ୍ଗ ସାଥୀ ନମସ୍ତେ’’ ଏଭଳି ଏକ ନିଆରା ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିଛି ଓଲିଉଡ କଳାକାର। କରୋନା ଭାଇରସ ପାଇଁ ସମସ୍ତେ ଆତଙ୍କିତ ଅବସ୍ଥାରେ ଥିଲା ବେଳେ ଓଲିଉଡ କଳାକାରମାନେ ମିଶି ଏହି ଭିଡିଓ ଜରିଆରେ ଓଡ଼ିଶାବାସୀଙ୍କ ଆତ୍ମବିଶ୍ୱାସ ବଢ଼ାଇଛନ୍ତି। ଏହି ଭିଡିଓକୁ ଦର୍ଶକ ମଧ୍ୟ ଖୁବ୍‌ ପସନ୍ଦ କରିଛନ୍ତି। ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ଏହି ଭିଡିଓକୁ ତାଙ୍କ ଟୁଇଟରରେ ପୋଷ୍ଟ କରିଛନ୍ତି।

ଏହି ଭିଡିଓଟିକୁ ପ୍ରସ୍ତୁତ କରିଛନ୍ତି ଅବିନାଶ ନନ୍ଦ। ବସନ୍ତରାଜ ସାମଲ ଏହାର ଗୀତ ରଚନା କରିଥିବା ବେଳେ ପ୍ରେମ ଆନନ୍ଦ ଏହାକୁ ସଙ୍ଗୀତରେ ସଜାଇଛନ୍ତି। ଗାୟକ ବିଶ୍ୱଜିତ ଓ ଗାୟିକା ଦୀପ୍ତିରେଖା ଏଥିରେ କଣ୍ଠଦାନ କରିଛନ୍ତି।

ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ପୁରୀ ଗଜପତି, ଶଙ୍କରାଚାର୍ଯ୍ୟ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା,  ନାୟକ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଦୂତୀ ଚାନ୍ଦ ଅଛନ୍ତି।

ଓଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ମହାଶ୍ୱେତା, ଅନୁ ଚୌଧୁରୀ, ଉଷସୀ ମିଶ୍ର, ଏଲିନା, ଶିବାନୀ, ଭୂମିକା, ପୁନମ, ଦେବଯାନୀଙ୍କୁ ଦେଖିବାକୁ ମିଳିଛି। ସେହିପରି ଅଭିନେତା ଅରିନ୍ଦମ, ମନୋଜ ମିଶ୍ର, ସ୍ୱରାଜ ବାରିକ, ଶ୍ରୀତମ ଦାସ, ପାର୍ଥଙ୍କୁ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here