ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ସମୟରେ ଗୁରୁତର ଅବସ୍ଥାରେ ଥାଇ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରେ ବିଫଳ ହୋଇଥିବା ଜଣେ ୬୬ ବର୍ଷୀୟ ବ୍ୟକ୍ତି ସମ୍‌ ଅଲ୍ଟିମେଟ ମେଡିକେଆରରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇପାରିଛନ୍ତି।

ନିମୋନିଆ ଓ ସେପ୍ଟିସେମିଆ ରୋଗରେ ପୀଡ଼ିତ ହେମନ୍ତ କୁମାର ମହାପାତ୍ରଙ୍କୁ ପ୍ରଥମେ  ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ହସ୍ପିଟାଲରେ ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟି ନଥିବା ବେଳେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ଠିକ ଏହି ସମୟରେ ତାଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲ ମଧ୍ୟ ତାଙ୍କୁ ଅନ୍ୟ କୌଣସି ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ। ଏହି ଘଟଣାରେ ବିବ୍ରତ ହୋଇ ତାଙ୍କ ପରିବାର ତାଙ୍କୁ ନୂଆ କରି ଆରମ୍ଭ ହୋଇଥିବା ବିଶ୍ୱସ୍ତରୀୟ ହସ୍ପିଟାଲ ସମ୍‌ ଅଲ୍ଟିମେଟ ମେଡିକେଆରରେ ଚିକିତ୍ସା କରାଇବାର ନିଷ୍ପତ୍ତି ନେଇଥିଲେ।

ତାଙ୍କୁ ସମ୍‌ରେ ଭର୍ତ୍ତି କରାଯିବା ପରେ ତୁରନ୍ତ ତାଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ରୋଗୀ ଜଣକ କ୍ରନିକ ଅବଷ୍ଟ୍ରକଟିଭ ପାଲମୂନାରୀ ଡ଼ିସିଜ(ସିଓପିଡି ), ଇଣ୍ଟରଷ୍ଟିସିଆଲ ଲଙ୍ଗ ଡିସିଜ (ଆଇଏଲଡି )ଏବଂ ଡାଇବେଟିସ ରୋଗରେ ପୀଡ଼ିତ ଥିଲେ।

ସମ୍‌ର କ୍ରିଟିକାଲ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କ ନେତୃତ୍ୱରେ ଡାକ୍ତର, ନର୍ସ ଓ ପାରାମେଡିକାଲ ଟିମ ହେମନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ତାଙ୍କ ପରିବାରକୁ ବୁଝାଇବା ସହ ତାଙ୍କୁ ସୁସ୍ଥ କରିବା ନିମନ୍ତେ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ଦୀର୍ଘ ଏକମାସ ଧରି ସମ୍‌ର ଡାକ୍ତରୀ ଟିମ୍‌ ତାଙ୍କୁ ନିରନ୍ତର ଓ ଉପଯୁକ୍ତ ଚିକିତ୍ସା କରିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଡାକ୍ତର ଆନନ୍ଦ ମିଶ୍ର, ଡାକ୍ତର ଅଭିଜିତ ରାହା ଏବଂ ଡାକ୍ତର ଅରୁଣ କୁମାର ସାହୁଙ୍କୁ ନେଇ ଗଠିତ ମଲ୍ଟିଡିସିପ୍ଲିନାରୀ କ୍ରିଟିକାଲ କେୟାର ଟିମ ତାଙ୍କର ଚିକିତ୍ସା କରିଥିଲେ। ନ୍ୟୁଟ୍ରିସନିଷ୍ଟ ଶ୍ରୀମତୀ ସୁଶ୍ରୀ ସଂଗୀତା ଜେନା ଏବଂ ଫିଜିଓଥେରାପିଷ୍ଟ ଡାକ୍ତର ପ୍ରିୟବ୍ରତ ସ୍ୱାଇଁ ରୋଗୀଙ୍କ ଶାରୀରିକ ଚିକିତ୍ସା ଓ ପୋଷଣର ତଦାରଖ କରିଥିଲେ।

ସମ୍‌ର କ୍ରିଟିକାଲ କେୟାର ଟିମ, ବିଶେଷ ଭାବେ ବିଶେଷଜ୍ଞ ଓ ମେଡିକାଲ ଷ୍ଟାଫଙ୍କ ଚିକିତ୍ସା ଓ ଯତ୍ନ, ସହଯୋଗ, ଉନ୍ନତ ମାନର ଯନ୍ତ୍ରପାତିର ବ୍ୟବହାର ଏବଂ ପ୍ରଚେଷ୍ଟା ଯୋଗୁଁ ହି ହେମନ୍ତ ସମ୍ପୂର୍ଣ ସୁସ୍ଥ ହୋଇ ପାରିଛନ୍ତି।

Comment