ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଚଳିତ ବର୍ଷ ଆଇପିଏଲ-୨୦୨୦କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଦେଶରେ କରୋନା ଯୋଗୁଁ ଲକ୍‌ଡାଉନ ଜାରି ରହିଛି। ଏଥିପାଇଁ ଆଇପିଏଲ୍‌ର ତାରିଖ ସ୍ଥିର ହୋଇପାରୁ ନାହିଁ। ବର୍ତ୍ତମାନ ମେ’ ୩ ତାରିଖ ଯାଏଁ ଦେଶ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ବିସିସିଆଇ ବୁଧବାର ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆଇପିଏଲକୁ ସ୍ଥଗିତ ରଖିଛି।

corona

ଚଳିତ ବର୍ଷ ଆଇପିଏଲ ମାର୍ଚ୍ଚ ୨୯ ତାରିଖରେ ଖେଳାଯିବାର ଥିଲା। ହେଲେ ଏହି ସମୟ ମଧ୍ୟରେ ୨୧ ଦିନ ପାଇଁ ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ କେନ୍ଦ୍ର ସରକାର। ପରେ ଏପ୍ରିଲ ୧୪ ତାରିଖରେ ଆଇପିଏଲ ନେଇ ନିଷ୍ପତ୍ତି ନିଆଯିବାର ଥିଲା।

ହେଲେ ପୁଣି ମେ’ ୩ ତାରିଖ ଯାଏଁ ଲକ୍‌ଡାଉନ୍‌ ଯୋଗୁଁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖାଯାଇଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ଆଇପିଏଲ ହେବ ନା ନାହିଁ ଏନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

କାରଣ କରୋନା ଯୋଗୁଁ ଚଳିତ ବିଦେଶୀ ଖେଳାଳିଙ୍କୁ ବର୍ତ୍ତମାନ ସ୍ଥିତିରେ ଦେଶକୁ ଆଣିବା ଏକ ପ୍ରକାର ଅସମ୍ଭ ହୋଇଛି। ଏହାସହ ଯଦି ଆଇପିଏଲକୁ ଘୁଞ୍ଚାଇ ଦିଆଯାଏ ତେବେ ଏହାର ପ୍ରଭାବ ଟି-୨୦ ବିଶ୍ଵକପ ଉପରେ ମଧ୍ୟ ପଡ଼ିପାରେ। ତେଣୁ ଏଥର ଆଇପିଏଲ ହେବ କି ନାହିଁ ତାହା ମେ’ ୩ ତାରିଖ ପରେ ଜଣାପଡ଼ିବ।

Comment