ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱବ୍ୟାପି ପ୍ରାୟ ଏକ-ତୃତୀୟାଂଶ ଲୋକଙ୍କ ମୃତ୍ୟୁ ହୃଦରୋଗ କାରଣରୁ ହୋଇଥାଏ। ଡାଏଟ୍‌ ବା ସ୍ଵାସ୍ଥ୍ୟକର ଖାଦ୍ୟପେୟ ହିଁ ହୃଦୟକୁ ସୁସ୍ଥ ରଖିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଆସନ୍ତୁ ଜାଣିବା ହୃଦୟକୁ ସୁସ୍ଥ ରଖିବା ପାଇଁ କେଉଁ ସବୁ ଖାଦ୍ୟ ତାଲିକା ଆମ ଜୀବନଶୈଳୀରେ ସାମିଲ କରିବା ଆବଶ୍ୟକ ରହିଛି।

୧- ଆପଣ କ’ଣ ଖାଉଛନ୍ତି ଯେତିକି ଗୁରୁତ୍ୱପୂର୍ଣ୍ଣ, ଆପଣ କେତେ ଖାଉଛନ୍ତି ସେତିକି ଗୁରୁତ୍ୱପୂର୍ଣ୍ଣ। ସବୁବେଳେ ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ। ଗୋଟେ ଥରରେ ଅଧିକ କରି ଖାଆନ୍ତୁ ନାହିଁ। କମ୍‌ କ୍ୟାଲେରୀଯୁକ୍ତ ଖାଦ୍ୟ, ପୁଷ୍ଟିକର ଖାଦ୍ୟ ଯଥା – ପନିପରିବା ଓ ଫଳ ଅଧିକ ପରିମାଣରେ ନିଜ ଡାଏଟ୍‌ରେ ସାମିଲ କରନ୍ତୁ। ଖାଦ୍ୟରେ ଲୁଣର ପରିମାଣ, ଉଚ୍ଚ କ୍ୟାଲେରି ବିଶିଷ୍ଟ ଖାଦ୍ୟ, ତେଲ, ମସଲା, ଫାଷ୍ଟ ଫୁଡ୍‌, ପ୍ୟାକେଟ୍‌ ଫୁଡ୍‌ଠାରୁ ଦୂରେଇ ରହନ୍ତୁ।

୨- ପରିବା ଓ ଫଳରେ ଉଚ୍ଚ ପରିମାଣର ଭିଟାମିନ୍‌ ଓ ମିନେରାଲ୍ସ ରହିଛି। ପନିପରିବା ଏବଂ ଫଳଗୁଡ଼ିକରେ କ୍ୟାଲୋରୀ କମ୍ ଏବଂ ଡାଏଟାରୀ ଫାଇବରରେ ଭରପୂର। ପନିପରିବା ଏବଂ ଫଳ ଉଦ୍ଭିଦ ଭିତ୍ତିକ ଖାଦ୍ୟ ପରି, ଯାହାକି ହୃଦ୍ ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ। ଘରେ ଏମିତି ଖାଦ୍ୟ ପ୍ରସ୍ତୁତ କରନ୍ତୁ, ଯାହା ପରିବା ଓ ଫଳରେ ପ୍ରସ୍ତୁତ ହେଉଥିବ। ଆପଣ ପରିବା ଓ ଫଳକୁ ସାଲାଡ କରି ଖାଇପାରିବେ, କିନ୍ତୁ ଏଥିରେ କମ୍‌ ଲୁଣ, ଲଙ୍କାଗୁଣ୍ଡ ଓ କ୍ରିମ୍‌ ମିଶାଇ ଖାଇବେ ନାହିଁ।

୩- ଶସ୍ୟ ଜାତୀୟ ଖାଦ୍ୟ ଫାଇବର ଓ ପୋଷକ ତତ୍ୱରେ ଭରପୂର, ଯାହା ରକ୍ତଚାପକୁ ନିୟନ୍ତ୍ରଣ ଓ ହୃଦୟକୁ ସୁସ୍ଥ ରଖିଥାଏ। ଶସ୍ୟଜାତୀୟ ଖାଦ୍ୟରେ ଗହମ ଅଟା, ବ୍ରାଉନ୍‌ ରାଇସ୍‌, ବ୍ରାଡନ୍‌ ବ୍ରେଡ୍‌, ଓଟ୍ସ ଖାଇପାରିବେ। ହେଲେ ମଇଦା, ଧଳା ପାଓଁରୁଟି, ମଫିନ୍‌, ଓ୍ୱାଫେଲ୍‌, ବିସ୍କୁଟ୍‌, କେକ୍‌, ନୁଡୁଲ୍‌ସ, ପପ୍‌କର୍ଣ୍ଣ ଆଦି ଖାଇବା ସ୍ଵାସ୍ଥ୍ୟ ପାଇଁ ଅହିତକର।

୪- ଫ୍ୟାଟ୍‌ ବା ଚର୍ବିଯୁକ୍ତ ଖାଦ୍ୟ ନ ଖାଇବା ଭଲ। ଆପଣ ଟ୍ରାନ୍ସ ଫ୍ୟାଟ୍‌ ଖାଇବା ସୀମିତ କରିଲେ, ଆପଣଙ୍କ ରକ୍ତ କୋଲେଷ୍ଟ୍ରଲ ଓ କୋରୋନାରି ଧମନୀ ରୋଗର ଆଶଙ୍କା ହ୍ରାସ ପାଇବ।  ଉଚ୍ଚ ରକ୍ତ କୋଲେଷ୍ଟ୍ରଲ ସ୍ତର ଆପଣଙ୍କ ଧମନୀରେ ପ୍ଲେକ୍ ଗଠନ କରିପାରେ, ଯାହାକୁ ଆଥେରୋସ୍କ୍ଲେରୋସିସ୍ କୁହାଯାଏ, ଯାହା ଆପଣଙ୍କର ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କାକୁ ବଢ଼ାଇଥାଏ।

୫- କମ୍ ଚର୍ବିଯୁକ୍ତ ପ୍ରୋଟିନ୍‌ ଖାଆନ୍ତୁ। ଚିକେନ୍‌, ମାଛ, କ୍ଷୀର, ଅଣ୍ଡା ହେଉଛି ପ୍ରୋଟିନ୍‌ର ସର୍ବୋତ୍ତମ ଉତ୍ସ। ହେଲେ ଏହାକୁ ଖାଇବା ବେଳେ ଧ୍ୟାନ ଦିଅନ୍ତୁ ଯେପରି ଚର୍ବି ଅଂଶ ଖାଆନ୍ତୁ ନାହିଁ। ଅଣ୍ଡାର ଧଳା ଅଂଶ, କମ୍‌ ଚର୍ବି ଥିବା ମାଛ, ସ୍କିମ୍‌ ମିଲ୍କ ବା ଶର ନଥିବା କ୍ଷୀର, ଚିକେନ୍‌ର ବ୍ରେଷ୍ଟ ପିସ୍‌ ଖାଇପାରିବେ। ମାଛରେ ଓମେଗା -3 ଫ୍ୟାଟି ଏସିଡ୍ ଭରପୂର ଅଟେ, ଯାହା ଟ୍ରାଇଗ୍ଲାଇସରାଇଡ୍ ନାମକ ରକ୍ତ ଚର୍ବିକୁ ହ୍ରାସ କରିପାରେ। ଥଣ୍ଡା ପାଣି ମାଛରେ ଆପଣ ଅଧିକ ପରିମାଣର ଓମେଗା -3 ଫ୍ୟାଟି ଏସିଡ୍ ପାଇବେ।

ବିନ୍‌, ମଟର ଓ ମସୁର ଡାଲି ମଧ୍ୟ ପ୍ରୋଟିନ୍‌ରେ ଭରପୂର ଏତିରେ କମ୍‌ ଚର୍ବି ଥାଏ ଓ କୋଲେଷ୍ଟ୍ରଲ ନଥାଏ।

୫- ଖାଦ୍ୟରେ ସୋଡିୟମ୍‌ ପରିମାଣ କମ୍‌ କରନ୍ତୁ। ସୋଡିୟମ୍‌ ଅଧିକ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ, ହୃଦରୋଗ ଭଳି ସମସ୍ୟା ଦେଖାଦିଏ। ଆମେରିକା ହାର୍ଟ ଆସୋସିଏସନ୍‌ କହିବା ମୁତାବକ ସୁସ୍ଥ ବ୍ୟକ୍ତିମାନେ ଦିନୁ ୨,୩୦୦ ମିଲିଗ୍ରାମ୍‌ରୁ ଅଧିକ ଖାଇବା ଅନୁଚିତ। ବୟସ୍କମାନେ ୧, ୫୦୦ ମିଲିଗ୍ରାମ୍‌ରୁ ଅଧିକ ଖାଇବା ଶରୀର ପାଇଁ କ୍ଷତିକାରକ।

୬- ପ୍ରତିଦିନ ମୁଠାଏ ଓ୍ୱାଲନଟ୍‌ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର। ଓ୍ଵାଲନଟ୍‌ ରକ୍ତ କୋଲେଷ୍ଟ୍ରଲକୁ କମ୍‌ କରିଥାଏ। ଓ୍ଵାଲନଟ୍‌ରେ ଓମେଗା-୩, ମନୋସାଚୁରେଟେଡ୍‌ ଫ୍ୟାଟ୍‌ ଓ ଫାଇବର ଭରପୂର ମାତ୍ରାରେ ଥାଏ।

Comment