ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ଯୋଗୁଁ ଚଳିତବର୍ଷ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖାଯାଇଛି। ଏହା ମଧ୍ୟରେ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲସି) ଶ୍ରୀଲଙ୍କାରେ ଆଇପିଏଲକୁ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି। ହେଲେ ଏହି ପ୍ରସ୍ତାବ ଉପରେ ଏବେ କୌଣସି ନିଷ୍ପତ୍ତି ନିଆଯିବନି ବୋଲି ସ୍ପଷ୍ଟ କରିଛି ବିସିସିଆଇ।

ଏସ୍‌ଏଲସି ଅଧ୍ୟକ୍ଷ ସମ୍ମି ସିଲ୍‌ଭା କହିଛନ୍ତି ଯେ ଭାରତ ଅପେକ୍ଷା ଶ୍ରୀଲଙ୍କାରେ ଜଲଦି କରୋନା ଭାଇରସ୍‌ ଭଲ ହୋଇଯିବ। ତେଣୁ ଆଇପିଏଲକୁ ଶ୍ରୀଲଙ୍କାରେ ଆୟୋଜନ କରିବାକୁ ଆମେ ପ୍ରସ୍ତୁତ ଅଛୁ।

ଏନେଇ ବିସିସିଆଇ କହିଛି, “କରୋନା ଯୋଗୁଁ ବର୍ତ୍ତମାନ ସାରା ବିଶ୍ଵ ଚିନ୍ତାରେ ରହିଛି। ଏଭଳି ସ୍ଥିତିରେ ଏହି କଥା ଉପରେ ଆଲୋଚନା କରିବା ଠିକ ହେବନି। ଭାରତରେ କରୋନା ଭାଇରସ୍‌ ସ୍ଥିତି ଠିକ ହେବା ପରେ ଆଇପିଏଲ ଉପରେ ଆଲୋଚନା କରାଯିବ।”

ବର୍ତ୍ତମାନ ଶ୍ରୀଲଙ୍କାରେ ମାତ୍ର ୨୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ଟପିଥିବା ବେଳେ ୪୩୭ ଜଣଙ୍କ ମୃତ୍ୟୁ ହୋଇଛି।

Comment