ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ WHO କହିବାନୁଯାୟୀ, ଯଦି କୋଭିଡ୍‌-୧୯ରେ ସଂକ୍ରମିତ ଥିବା ମହିଳାମାନେ ସ୍ତନ୍ୟପାନ କରାଇବାକୁ ଚାହୁଁଛନ୍ତି, ତେବେ ସ୍ତନ୍ୟପାନ କରାଇପାରିବେ।

ଅନେକ ମହିଳାଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, କୋଭିଡ-୧୯ ପଜିଟିଭ୍‌ ଥିବା ମହିଳାମାନେ ସ୍ତନ୍ୟପାନ କରାଇପାରିବେ ନା ନାହିଁ। ସ୍ତନ୍ୟପାନ ଶିଶୁକୁ କେବଳ ଘାତକ ରୋଗରୁ ସୁରକ୍ଷା ଦିଏନାହିଁ, କୋମଳ ଶିଶୁକୁ ମାତୃ ଗର୍ଭର ସୁରକ୍ଷାଚକ୍ରରୁ ବାହ୍ୟ ପରିବେଶରେ ସୁସ୍ଥ ଭାବରେ ବଞ୍ଚି ରହିବା ପାଇଁ ସମସ୍ତ ଉପାଦାନ ଯୋଗାଇ ଦେଇଥାଏ। ଏହା କେବଳ ଆଲର୍ଜି, ଅସୁସ୍ଥତା ଏବଂ ମେଦବହୁଳତାଠାରୁ ରକ୍ଷା କରିବାରେ ସାହାଯ୍ୟ କରେ ନାହିଁ, ଏହା ଶିଶୁକୁ ମଧୁମେହ, ଡାଇରିଆ ଭଳି ରୋଗରୁ ରକ୍ଷା କରିଥାଏ।

ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ WHO କହିବାନୁଯାୟୀ, ସ୍ତନ୍ୟପାନ ଶିଶୁର ବିକାଶ ପାଇଁ ନିହାତି ଜରୁରୀ। ଯଦି କୋଭିଡ୍‌-୧୯ ଥିବା ମହିଳାମାନେ ସ୍ତନ୍ୟପାନ କରାଇବାକୁ ଚାହୁଁଛନ୍ତି, ତେବେ ସ୍ତନ୍ୟପାନ କରାଇପାରିବେ। WHO ଅନୁଯାୟୀ, କରୋନାଭାଇରସ୍ ଥିବା ଜଣେ ମହିଳା ସ୍ତନ୍ୟପାନ କରାଇ ପାରିବେ। କିନ୍ତୁ, ସେମାନଙ୍କୁ ଏହି ଦିଗ ପ୍ରତି ଧ୍ୟାନ ଦେବାକୁ ହେବ।

  • ମା’ ମାନେ ମାସ୍କ ପିନ୍ଧନ୍ତୁ।
  • ଶିଶୁକୁ ଛୁଇଁବା ପୂର୍ବରୁ ଏବଂ ପରେ ହ୍ୟାଣ୍ଡଓ୍ୱାସ୍‌ ବା ସାବୁନରେ ହାତ ଧୋଇ ଧୁଅନ୍ତୁ।
  • ନିୟମିତ ପରିଷ୍କାର ରହନ୍ତୁ ଓ ସ୍ତନ୍ୟପାନ ସଂସ୍ପର୍ଶରେ ଆସୁଥିବା ଅଂଶକୁ ପରିଷ୍କାର ରଖନ୍ତୁ।

ଗର୍ଭବତୀ ମହିଳାମାନେ କ’ଣ କରିବା ଆବଶ୍ୟକ?

  • ଯଦି ଆପଣ ଗର୍ଭବତୀ ଅଛନ୍ତି, ତେବେ ନିୟମିତ ଭାବେ ହାତ ଧୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
  • ଗର୍ଭବତୀ ମହିଳାମାନେ ଅନ୍ୟମାନଙ୍କଠାରୁ ସାମାଜିକ ଦୂରତା ରଖିବା ଜରୁରୀ।
  • ଛିଙ୍କ ଲାଗିବା ବେଳେ ଟିସ୍ୟୁ ପେପରକୁ ମୁହଁରେ ଦେଇ ଛିଙ୍କିବେ ଏବଂ ଟିସ୍ୟୁ ପେପରକୁ ତୁରନ୍ତ ଡଷ୍ଟବିନ୍‌ରେ ଫୋପାଡ଼ିବେ ଓ ହାତ ଧୋଇବେ।
  • ଯଦି ଜ୍ୱର, ଥଣ୍ଡା, କାଶ, ଛିଙ୍କ ଲାଗି ରହେ ଡାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ who ପକ୍ଷରୁ ପରାମର୍ଶ ଦିଆଯାଇଛି।

Comment