ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ ପାଇଁ ସମସ୍ତ ସ୍କୁଲ, କଲେଜ, ଜିମ୍, ବନ୍ଦ ରହିଛି। ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବାରୁ ସାଙ୍ଗସାଥୀଙ୍କ ସହ ମିଳାମିଶା ବନ୍ଦ ରହିଛି। ସେହିପରି ଅଧିକାଂଶ ଲୋକ କରୋନା ପାଇଁ ଏବେ ଓ୍ୱାର୍କ ଫ୍ରମ୍‌ ହୋମ୍‌ କରୁଛନ୍ତି। ଅର୍ଥାତ୍‌ ଘରେ ବସି କାମ କରୁଛନ୍ତି। କିନ୍ତୁ ଏହା ଆପଣଙ୍କ ପାଇଁ ମୋଟାପଣ ଆଣିପାରେ। କାରଣ ଯେହେତୁ ଆପଣ ଘରେ ଅଛନ୍ତି ନିଶ୍ଚିତ କାମ କଲା ବେଳେ ଏଣୁ ତେଣୁ କିଛି ଖାଉଥିବେ ଓ ଅଧିକ ଖାଉଥିବେ। ଏହାଦ୍ୱାରା ଆପଣଙ୍କ ଓଜନ ବୃଦ୍ଧି ଘଟିପାରେ। ଏଥିପାଇଁ ଆପଣଙ୍କୁ ନିଜ ଓଜନକୁ ସ୍ଥିର ରଖିବା ପାଇଁ ନୂଆ ରୁଟିନ୍ ଆବଶ୍ୟକ ହୋଇପାରେ।

ଏବେ ଆସନ୍ତୁ ଜାଣିବା କ’ଣ କରିବେ?

– ଘରେ ବସି କାମ କଲା ବେଳେ ନିଜ ବସିବା ଶୈଳୀ ଉପରେ ଧ୍ୟାନ ଦିଅନ୍ତୁ। ସଠିକ ଢଙ୍ଗରେ ଅଣ୍ଟା ସିଧା କରି ବସି କାମ କରନ୍ତୁ। ମନଇଚ୍ଛା ଢଙ୍ଗରେ ବସିବା ଦ୍ୱାରା ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ।

– କାମ କଲା ବେଳେ ନିୟମିତ ବ୍ୟବଧାନରେ ବ୍ରେକ୍‌ ନିଅନ୍ତୁ। ଟିକିଏ ଚଲାବୁଲା କରି ପୁଣି କାମ କରନ୍ତୁ।  କେବଳ କାମ ନୁହେଁ ଫୋନ୍‌ ଦେଖୁଥିଲା ବେଳେ ବା ଟିଭି ଦେଖୁଥିଲା ବେଳେ ଆପଣ କିଛି ସମୟ ବ୍ରେକ ନୁହନ୍ତି।

– ଅଫିସରେ କାମ କଲାବେଳେ ନିଶ୍ଚୟ ଆପଣ ନିଜ ସହକର୍ମୀଙ୍କ ସହ ଚା’ କିମ୍ବା କଫି ପିଉବାକୁ ଯାଉଥିବେ। ଏହାଦ୍ୱାରା ଆପଣଙ୍କର ବୁଲାବଳି ହୋଇଯାଉଥିବା। ହେଲେ ଏବେ ଘରେ ଥିବାରୁ ଆପଣଙ୍କ ପାଇଁ ଏହା ସମ୍ଭବ ହେଉନଥିବା। ତେବେ ଏଭଳି ସ୍ଥିତିରେ ଆପଣ ନିଜ ସ୍ଥାନରୁ ଉଠି ରୋଷେଇ ଘରୁ ଯାଇ ପାଣି ପିଇପାରିବେ। ନିଜକୁ କିଛି ସମୟ ପାଇଁ ଅନ୍ୟ କାମରେ ନିୟୋଜିତ କରିପାରବେ। ଯାହଫଳରେ ଆପଣ ଭଲ ଅନୁଭବ କରିବେ।

– ଦୀର୍ଘ ସମୟ ଧରି ବସି ରହିବା ଦ୍ୱାରା ଏହାଦ୍ୱାରା ଓଜନ ବଢ଼ିପାରେ। ତେଣୁ  ପ୍ରତିଦିନ ଘରେ କିଛି ସମୟ ବ୍ୟାୟମ, ଯୋଗ, ପ୍ରାଣାୟମ କରନ୍ତୁ ।

– ଘରେ ରହି ସୁଷମ ଖାଦ୍ୟ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ। ଫଳରେ ଆପଣ ସୁସ୍ଥ ଓ ଆକ୍ଟିଭ ରହିବେ।

Comment