ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନାର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ପଡ଼ିସାରିଛି। ଏଥିପାଇଁ ଆଇପିଏଲ ଓ ଟି-୨୦ ବିଶ୍ଵକପ ମଧ୍ୟ ସଙ୍କଟରେ ରହିଛି। ଯଦି କରୋନା ଦେଶରୁ ଭଲ ହୋଇଯିବ, ତାହେଲେ ପୁଣି କ୍ରିକେଟ ମ୍ୟାଚ ଖେଳାଯିବ। ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କରୋନା ପରେ ପୁଣି କ୍ରିକେଟ କେବେ ଆରମ୍ଭ ହେବ ଓ ପଡ଼ିଆରେ ଖେଳାଳିଙ୍କୁ କିପରି ଖେଳିବାକୁ ପଡ଼ିବ।

  • ବଲ୍‌ରେ ଛେପ ପକାଇ ପଲିସିଂ କରିବାକୁ ଖେଳାଳିମାନଙ୍କୁ ମନା କରାଯିବ। ଏଥିପାଇଁ ଅମ୍ପାୟାର କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇ ପାରନ୍ତି।
  • ସମସ୍ତ ଫିଲ୍ଡର ଗ୍ଲୋଭସ ଓ ମାସ୍କ ପିନ୍ଧିବାକୁ ବାଧ୍ୟ ହେବେ।
  • ଡେବ୍ୟୁ ଖେଳାଳିମାନଙ୍କ ପରୀକ୍ଷା କରାଯାଇ ଟିମ୍‌ରେ ସାମିଲ କରାଯିବ।
  • ଅମ୍ପୟାରଙ୍କଠାରୁ ବଲ୍‌ କିମ୍ଵା ଟୋପି ନେଲା ବେଳେ ବୋଲରଙ୍କୁ ହାତ ସାନିଟାଇଜ କରିବାକୁ ପଡ଼ିବ।
  • ୧୦ ଓଭର ଖେଳ ଶେଷ ହେବା ପରେ ଖେଳାଳିଙ୍କୁ ହାତ ଧୋଇବାକୁ ପଡ଼ିବ।
  • ସାମାଜିକ ଦୂରତା ପାଇଁ ସର୍ଟ ଲେଗ୍‌ ଓ ଅନ୍ୟ ପାଖ ଫିଲ୍ଡରମାନଙ୍କୁ ଦୂରରେ ରଖାଯିବ।
  • ଓ୍ଵିକେଟ କିପର ବ୍ୟାଟ୍ସମ୍ୟାନଙ୍କ ନିକଟତର ନହେବା ପାଇଁ ଷ୍ଟମ୍ପିଂ ହଟାଯିବ। ପ୍ରତି ବଲ ପରେ ବ୍ୟାଟ୍ସମ୍ୟାନଙ୍କୁ କ୍ରିଜରୁ ବାହାରେ ରହିବାକୁ ପଡ଼ିବ।
  • ପଡ଼ିଆରେ କମ୍‌ ଫିଲ୍ଡର ରଖିବା ପାଇଁ ଲେଗ୍‌ ଅମ୍ପାୟାରଙ୍କୁ ହଟାଯିବ ତାଙ୍କ ସ୍ଥାନରେ ତୃତୀୟ ଅମ୍ପାୟାର ନିଷ୍ପତ୍ତି ନେବେ।
  • ଡ୍ରେସିଂ ରୁମ୍‌କୁ ଯିବା ପୂର୍ବରୁ ସବୁ ଖେଳାଳିଙ୍କୁ ସାନିଟାଇଜ କରାଯିବ।

ଏହି ସବୁ କଥା କଳ୍ପନା ହୋଇପାରେ, ହେଲେ ଯଦି କରୋନା ପରେ କ୍ରିକେଟ ମ୍ୟାଚ ହୁଏ ତେବେ ଏହି ସବୁ ଦିଗ ପ୍ରତି ନିହାତି ଦୃଷ୍ଟି ଦେବା ଆବଶ୍ୟକ।

Comment