ଓଡ଼ିଶାଲାଇଭ୍ ବ୍ୟୁରୋ

ସେଣ୍ଟ୍ରାଲ୍ ପାଓ୍ୱାର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (CPRI)ରେ ଆକାଉଣ୍ଟସ୍ ଅଫିସର୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ଏପ୍ରିଲ୍ ୧୫ ତାରିଖ ପରିବର୍ତ୍ତେ ମେ’ ୧୫ ଯାଏଁ ଆବେଦନ କରିପାରିବେ।
ଯୋଗ୍ୟତା:
- ୟୁନିଭର୍ସିଟି ଡିଗ୍ରୀ ସହ ସି.ଏ/ଆଇ.ସି.ଡବ୍ଲୁ.ଏ/ଏସ୍.ଏ.ଏସ୍/ଜେ.ଏ.ଓ ପ୍ରଫେସନରେ ଦକ୍ଷତା ହାସଲ କରିଥିବେ।
- ଯେକୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ ଆକାଉଣ୍ଟସ୍ ବିଭାଗରେ ଅତିକମରେ ୫ବର୍ଷର ଅଭିଜ୍ଞତା ଥିବ।
ବୟସ– ୪୦ ବର୍ଷ
ଦରମା– ୫୬,୧୦୦ରୁ ୧,୭୭,୫୦୦ ଟଙ୍କା
ଆବେଦନ ପ୍ରକ୍ରିୟା:
ପ୍ରାର୍ଥୀମାନେ ନିଜର ଆବେଦନପତ୍ର, ଶିକ୍ଷାଗତ ସାର୍ଟିଫିକେଟର କପି ଏବଂ ଅଭିଜ୍ଞତା ସାର୍ଟିଫିକେଟ ଆଦିକୁ ଏପ୍ରିଲ୍ ୧୫ ସୁଦ୍ଧା ନିମ୍ନଲିଖିତ ଠିକଣାରେ ଡାକ ମାଧ୍ୟମରେ ଦାଖଲ କରିବେ।
ଠିକଣା– ଦି ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର, ସେଣ୍ଟ୍ରାଲ୍ ପାଓ୍ୱାର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ପ୍ରଫେସର ସାର ସିଭି ରମଣ ରୋଡ୍, ପୋଷ୍ଟ ବକ୍ସ ନଂ- 8066, ସଦାଶିବନଗର, ବେଙ୍ଗାଳୁରୁ-560080
ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ www.cpri.in ରେ କ୍ଲିକ୍ କରନ୍ତୁ।















