ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା।

ଏହି ପଦବୀ ପାଇଁ ହେବାକୁ ଥିବା ପରୀକ୍ଷା ଲାଗି ଏବେ ଅନଲାଇନ ଆବେଦନ ଜାରି ରହିଛି। ଅକ୍ଟୋବର ମାସ ୧୦ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।

ଯଦି ଆପଣମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ପ୍ରାଥମିକ କନିଷ୍ଠ ଶିକ୍ଷକ – ୨୦ ହଜାର (ମୋଟ ପଦବୀ)

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ଅତିକମରେ ୫୦ ପ୍ରତିଶତ ମାର୍କ ରଖି ଯୁକ୍ତ ୨ ପାସ କରିଥିବା ଆବଶ୍ୟକ
  • ସେମାନେ ଶିକ୍ଷା କ୍ଷେତ୍ରରେ ୨ ବର୍ଷିଆ ଡିପ୍ଲୋମା କରିଥିବା ଆବଶ୍ୟକ
  • ସେମାନେ ଓଟିଇଟି ପରୀକ୍ଷା ପାସ କରିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଆବେଦନ କରିଥିବା ପ୍ରାର୍ଥୀମାନଙ୍କ କ୍ୟାରିୟାର ମାର୍କ ଆଧାରରେ ସିବିଟି ପରୀକ୍ଷା ପାଇଁ ତାଲିକା ବାହାରିବ
  • କନିଷ୍ଠ ଶିକ୍ଷକ ପଦବୀଗୁଡ଼ିକ ପାଇଁ ଓସେପା ପକ୍ଷରୁ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ପରୀକ୍ଷା କରାଯିବ
  • ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କ ମେରିଟ ଲିଷ୍ଟ ବାହାର କରାଯିବ
  • ଏହି ମେରିଟ ଲିଷ୍ଟ ଅଧାରରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିବ

କେମିତି କରିବେ ଆବେଦନ

  • ଓସେପାର ୱେବସାଇଟ୍ osepa.odisha.gov.inକୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ସବୁ ଶିକ୍ଷକ ପଦବୀ ପାଇଁ କେବେ ପରୀକ୍ଷା କରାଯିବ ସେନେଇ ଓସେପା ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଓସେପାର ୱେବସାଇଟରେ ଉପଲବ୍ଧ।

Tags: #PrimaryTeachers #Recruitment #Education #Employment #SMEOdisha

Comment