ଓଡ଼ିଶାଲାଇଭ୍ ବ୍ୟୁରୋ

ଡିଆଇଜି ପାହ୍ୟାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ତତ୍ତ୍ୱାବଧାନରେ ହେବ ତଦନ୍ତ

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ବା ଓଏସଏସସି ଦ୍ୱାରା ପରିଚାଳିତ ଜୁନିୟର ଇଞ୍ଜିନିୟର (ସିଭିଲ) ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଡିଆଇଜି ପାହ୍ୟାର ଜଣେ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।https://cutm.ac.in/

ସରକାରୀ ପ୍ରେସ ପରିବର୍ତ୍ତେ କଲିକତାର ଏକ ଘରୋଇ ପ୍ରେସରେ ପ୍ରଶ୍ନପତ୍ର ଛପାଯିବାକୁ ନେଇ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଏହି ମାମଲାରେ ଆନ୍ତଃରାଜ୍ୟ ରାକେଟର ସମ୍ପୃକ୍ତି ସନ୍ଦେହ କରି ତଦନ୍ତ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।

ଅନ୍ୟପଟେ ଓଏସଏସସି ପକ୍ଷରୁ ମେନ୍ ପରୀକ୍ଷା ଦେବାକୁ ବାରଣ କରାଯାଇଥିବା ପିଲାଙ୍କୁ ଆଶ୍ୱସ୍ତି ମିଳିଛି। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରେ ସାମିଲ କରିବାକୁ ଓଏସଏସସିକୁ ନିର୍ଦେଶ ଦିଆଯାଇଛି।

ଆବେଦନକାରୀ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଲେ ମଧ୍ୟ ମୂଳ ମାମଲାର ଫଳାଫଳ ଉପରେ ସେମାନଙ୍କ ନିଯୁକ୍ତି ନିର୍ଭର କରିବ ବୋଲି ଏକ ଅନ୍ତରୀଣ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।

ପୂର୍ବରୁ ଏହି ମାମଲାରେ ବାଲେଶ୍ୱର ପୋଲିସ ୮ଜଣଙ୍କୁ ଗିରଫ କରିଥିଲା। ଏହାପରେ ମାମଲାରେ ସମ୍ପୃକ୍ତ ଆଉ ୯ଜଣଙ୍କୁ ପଶ୍ଚିମବଙ୍ଗ ଦିଘା ଅଞ୍ଚଳରୁ ଗିରଫ କରାଯାଇଥିଲା। ପ୍ରଶ୍ନପତ୍ର ଲିକ୍ ବାବଦରେ ବାଲେଶ୍ୱର ଏସପି ସାଗରିକା ନାଥ ସ୍ପଷ୍ଟ କରିବା ପରେ ଜୁଲାଇ ୨୩ ତାରିଖରେ ଓଏସଏସସି ପକ୍ଷରୁ ଜୁନିଅର ଇଞ୍ଜିନିୟର ମେନ୍ ପରୀକ୍ଷା ବାତିଲ କରାଯାଇଥିଲା।

Tags: #OSSC #OdishaHighCourt #CrimeBranch #Engineer #PaperLeak #Recruitment

LEAVE A REPLY

Please enter your comment!
Please enter your name here