ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବଢ଼ିବ ଗୃହରକ୍ଷୀଙ୍କ ସଂଖ୍ୟା। ରାଜ୍ୟ ସରକାର ପୁଣି ଗୃହରକ୍ଷୀଙ୍କ ନିଯୁକ୍ତି ଆରମ୍ଭ କରିବେ। ପୂର୍ବରୁ ନିଯୁକ୍ତି ପାଇଁ ୨,୪୧୬ଟି ପଦବୀ ରହିଥିବାବେଳେ ଏବେ ଏହାର ସଂଖ୍ୟା ୫,୦୦୦କୁ ବଢ଼ାଯିବ। ଏନେଇ ଗୁରୁବାର କମିଶନରେଟ ପୋଲିସର ଇଆରଏସଏସ ସେବା ଲୋକାର୍ପଣ କରିବା ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

“ଓଡ଼ିଶାରେ ଗୃହରକ୍ଷୀମାନେ ଭଲ କାମ କରୁଛନ୍ତି। ସେମାନଙ୍କର ଆର୍ଥିକ ସହାୟତା ରାଶି ବୃଦ୍ଧି କରାଯିବ। ଗୃହରକ୍ଷୀ ପଦବୀ ବଢ଼ାଇ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସର କାର୍ଯ୍ୟ ଦକ୍ଷତାକୁ ଆହୁରି ବଢ଼ାଇବା ପାଇଁ ଆମେ ସବୁ ପଦକ୍ଷେପ ନେବୁ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଅନ୍ୟପଟେ ଆଗକୁ ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ନୂଆ ସରକାର ଆସିବା ପରେ ରାଜ୍ୟ ଅଗ୍ନିଶମ ବିଭାଗରେ ୯୪୧ଟି ପଦବୀ ପୂରଣ କରଯାଇଛି ବୋଲି ସେ କହିଥିଲେ।

Tags: #HomeGuard #Recruitment #Employment #CMMohanCharanMajhi #Odisha

LEAVE A REPLY

Please enter your comment!
Please enter your name here