ଓଡ଼ିଶାଲାଇଭ୍ ବ୍ୟୁରୋ
ନାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲକୋ) ରେ ବିଭିନ୍ନ ବିଭାଗରେ ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି ପଦବୀରେ ସମୁଦାୟ ୧୨୦ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟାକୁ ମେ’ ୨ ଯାଏଁ ଘୁଞ୍ଜାଇ ଦିଆଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ ଏପ୍ରିଲ୍ ୯ ଥିଲା।
ପଦବୀ ସଂଖ୍ୟା:
- ମେକାନିକାଲ-୪୫
- ଇଲେକ୍ଟ୍ରିକାଲ-୨୯
- ଇନଷ୍ଟ୍ରୁମେଣ୍ଟେସନ୍- ୧୫
- କେମିକାଲ- ୯
- ମେଟାଲର୍ଜି- ୧୩
- ସିଭିଲ୍- ୫
- ମାଇନିଂ-୪
ଯୋଗ୍ୟତା– ଇଞ୍ଜିନିୟରିଂ ବା ଟୋକ୍ନୋଲୋଜୀରେ ୬୫% ମାର୍କ ହାସଲ କରିଥିବେ। GATE-୨୦୨୦ ରେ ଭାଲିଡ୍ ମାର୍କ ହାସଲ କରିଥିବା ପ୍ରାର୍ଥୀଙ୍କୁ ପର୍ସନାଲ ଇଣ୍ଟରଭ୍ୟୁ ପାଇଁ ଚୟନ କରାଯିବ।
ବୟସ– ୨୦୨୦ ମାର୍ଚ୍ଚ ୨୦ ସୁଦ୍ଧା ଅତିବେଶୀରେ ୩୦ ବର୍ଷ
ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।
ଆବେଦନ ଶୁଳ୍କ- ୧୦୦ ଟଙ୍କା
ଏହି ନିଯୁକ୍ତି ବିଷୟରେ ସଂପୂର୍ଣ୍ଣ ବିବରଣୀ ପାଇଁ nalcoindia.com ରେ କ୍ଲିକ୍ କରନ୍ତୁ
Source: www.chakiri.plus