ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲକୋ) ରେ ବିଭିନ୍ନ ବିଭାଗରେ ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି ପଦବୀରେ ସମୁଦାୟ ୧୨୦ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟାକୁ ମେ’ ୨ ଯାଏଁ ଘୁଞ୍ଜାଇ ଦିଆଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ ଏପ୍ରିଲ୍ ୯ ଥିଲା।

ପଦବୀ ସଂଖ୍ୟା:

  • ମେକାନିକାଲ-୪୫
  • ଇଲେକ୍ଟ୍ରିକାଲ-୨୯
  • ଇନଷ୍ଟ୍ରୁମେଣ୍ଟେସନ୍- ୧୫
  • କେମିକାଲ- ୯
  • ମେଟାଲର୍ଜି- ୧୩
  • ସିଭିଲ୍- ୫
  • ମାଇନିଂ-୪

ଯୋଗ୍ୟତା– ଇଞ୍ଜିନିୟରିଂ ବା ଟୋକ୍ନୋଲୋଜୀରେ ୬୫% ମାର୍କ ହାସଲ କରିଥିବେ। GATE-୨୦୨୦ ରେ ଭାଲିଡ୍ ମାର୍କ ହାସଲ କରିଥିବା ପ୍ରାର୍ଥୀଙ୍କୁ ପର୍ସନାଲ ଇଣ୍ଟରଭ୍ୟୁ ପାଇଁ ଚୟନ କରାଯିବ।

ବୟସ– ୨୦୨୦ ମାର୍ଚ୍ଚ ୨୦ ସୁଦ୍ଧା ଅତିବେଶୀରେ ୩୦ ବର୍ଷ

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।

ଆବେଦନ ଶୁଳ୍କ- ୧୦୦ ଟଙ୍କା

ଏହି ନିଯୁକ୍ତି ବିଷୟରେ ସଂପୂର୍ଣ୍ଣ ବିବରଣୀ ପାଇଁ nalcoindia.com ରେ କ୍ଲିକ୍ କରନ୍ତୁ

Source: www.chakiri.plus

Comment