ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ବିଶ୍ୱ ମହାମାରୀ କରୋନା ଭୂତାଣୁ ସମଗ୍ର ଦେଶରେ କାୟା ବିସ୍ତାର କରିଛି। ଏନେଇ ପ୍ରଶାସନ ସମସ୍ତ ପକ୍ଷରୁ ବିଭିନ୍ନ ଅଞ୍ଚଳ ସାନିଟାଇଜି କରାଯାଉଛି। ଏହାସହ ପୁରୀ ଜିଲ୍ଲା ପ୍ରଶାସନ ନିଦ୍ଦେର୍ଶ କ୍ରମେ କୋଣାର୍କ ଚମ୍ପାହାର ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ମଧ୍ୟ କେମିକାଲ ସିଞ୍ଚନ କରାଯାଇ ସର୍ବସାଧାରଣ ବ୍ୟବହୃତ ଜାଗାକୁ ସାନିଟାଇଜ କରାଯାଇଛି।

କୋଣାର୍କର ବିଭିନ୍ନ ସ୍ଥାନ ବସଷ୍ଟାଣ୍ଡଠାରୁ ମାଧିପୁର ଛକ ପର୍ଯ୍ୟନ୍ତ ଏହି ସାନିଟାଇଜ କାର୍ଯ୍ୟ କରାଯାଇଛି। କୋଣାର୍କ ବଜାରକୁ ଅନେକ ଲୋକ ପ୍ରତିଦିନ ଆବଶ୍ୟକୀୟ ସାମଗ୍ରୀ ନେବା ପାଇଁ ଆସୁଛନ୍ତି।

ଏଣୁ ଏଠାରେ କରୋନା ସଂକ୍ରମଣ ସମ୍ଭାବନା ରହିଛି। ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀ ପକ୍ଷରୁ ସାନିଟାଇଜ କରାଯାଇଛି। ଆଗାମୀ ଦିନରେ ମଧ୍ୟ ପର୍ଯ୍ୟାୟ କ୍ରମେ ଅନ୍ୟ ସର୍ବସାଧାରଣ ବ୍ୟବହୃତ ସ୍ଥାନ ସାନିଟାଇଜ ହେବ ବୋଲି ଅଗ୍ନିଶମ ବହିନୀ ପକ୍ଷରୁ କୁହାଯାଇଛି।

Comment