ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ଜାଣିଛନ୍ତି କି? ଆମ ଆଖି, ତ୍ୱଚା ଓ କେଶ ଆମ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସୂଚନା ଦେଇଥାଏ। ହୃଦଘାତ, କିଡ୍‌ନି ସମସ୍ୟା, ଉଚ୍ଚ ରକ୍ତଚାପ ଓ ଅଷ୍ଟିଓପୋରୋସିସ୍‌ ଭଳି କେତେକ ସ୍ୱାସ୍ଥ୍ୟ ସମସ୍ୟାର ପ୍ରଥମ କିଛି ଲକ୍ଷଣ ଆଖି, ତ୍ୱଚା ଓ କେଶରୁ ଜଣାପଡ଼ିଥାଏ।

ଆଖିର ଆଇରିସ୍‌ ଚାରିପଟେ ଧଳାର ଗୋଲାକାର ସଦୃଶ ହୋଇଥିଲେ, ରକ୍ତରେ କୋଲେଷ୍ଟ୍ରଲ ସ୍ତର ଅଧିକ ହୋଇଥିବା ସୂଚାଇଥାଏ।

କିଛି ଲୋକଙ୍କର ଆଖିରେ ଲୁହ ଥିବା ଭଳି ଓଦା ଓଦାଳିଆ ଦେଖାଯାଏ, ଏହା ସାଧାରଣତଃ ଅଧିକ ସମୟ ମୋବାଇଲ ବା କମ୍ପ୍ୟୁଟରକୁ ଅନେଇ ରହିଲେ ହୋଇଥାଏ। ଯଦି ଏହି ସମସ୍ୟା ଅଧିକ ଦିନ ରହିଥାଏ, ତେବେ ସ୍ନାୟୁଜନିତ ସମସ୍ୟା ହୋଇଥାଇପାରେ।

ଆଖି ନାଲି ଦେଖାଯାଉଥିଲେ ମଧୁମେହ ଲକ୍ଷଣ ହୋଇଥାଇପାରେ।

ଆଖିରେ ନାଲି ଦାଗ ଭଳି ହୋଇଥିଲେ, ଏହା ଅନିଦ୍ରାର କାରଣ ହୋଇଥାଏ। କିନ୍ତୁ, ନାଲି ଦାଗ ଡାଇବେଟିସ୍‌କୁ ମଧ୍ୟ ସୂଚାଇଥାଏ। ରକ୍ତରେ ଶର୍କରା ବୃଦ୍ଧି ହେଲେ ରକ୍ତନଳୀ ଫୁଲିଯାଏ ଏବଂ ଏହି ଅବସ୍ଥାକୁ ରେଟିନୋପାଥି ବୋଲି କୁହାଯାଏ।

ରାତିରେ ଠିକ୍‌ ଭାବରେ ଦେଖା ନ ଯିବା, ଭିଟାମିନ୍‌ ଏ ଅଭାବ ଯୋଗୁଁ ହୋଇଥାଏ।

ଆଖି ଯଦି ଶୁଖିଲା ଦେଖାଯାଉଛି, ତେବେ ଏହାର କାରଣ ଧୂମପାନ।

ଆଖିରେ ଯନ୍ତ୍ରଣା ଟ୍ୟୁମର, ସଂକ୍ରମଣ ଓ ଏକାଧିକ ସ୍କେରୋସିସ୍‌କୁ ସୂଚାଇଥାଏ।

ଶରୀରରେ ଅତ୍ୟଧିକ କେଶ ବଢ଼ିଯିବା ହେଉଛି ଟେଷ୍ଟୋଷ୍ଟେରନ୍‌ ହରମୋନ୍‌ର ଅତ୍ୟଧିକ ବୃଦ୍ଧି। ପଲିଷ୍ଟିକ୍‌ ଓଭାରି ସିଣ୍ଡ୍ରୋମ ମଧ୍ୟ ଅଧିକ କେଶ ବୃଦ୍ଧିର ଅନ୍ୟତମ କାରଣ।

କେଶ ପାଚିବାର କାରଣ ହେଉଛି ଶରୀରରେ ଆଇରନ୍‌ର ଅଭାବ।

ଚୁଟି ପତଳା ହୋଇଯିବା ହେଉଛି ପୁଷ୍ଟିକର ଖାଦ୍ୟର ଅଭାବ।

ତ୍ୱଚାରେ କୁଞ୍ଚନ ପାଇଁ ବାର୍ଦ୍ଧକ୍ୟ ଦାୟୀ। ଯଦି ମୋନାପଜ୍‌ ପୂର୍ବରୁ କୁଞ୍ଚନ ହୁଏ, ତେବେ ଓଷ୍ଟିଓପୋରୋସିସ୍‌ କାରଣରୁ ଚୁଟି ପାଚିଥାଏ।

ମୁହଁରେ କୁଞ୍ଚନ ଉଚ୍ଚ ରକ୍ତଚାପ କାରଣରୁ ମଧ୍ୟ ହୋଇଥାଏ।

ଶୁଖିଲା ଓଠ ଶରୀରରେ ଜଳଅଂଶ ଅଭାବରୁ ହୋଇଥାଏ।

ତ୍ୱଚା ଅଧିକ ଶୁଷ୍କ ହୋଇଯିବା, କୁଣ୍ଡାଇ ହେବା, ତ୍ୱଚାରେ ଛୋଡ଼ ଛୋଟ ହୋଇ ଫଳିଯିବା ଇତ୍ୟାଦି ସୋରିଆସିସ୍‌ର ଅଭାବ।

ସେହିପରି ଗଳା, ନାକ, ଥୋଡ଼ି ଇତ୍ୟାଦି ନିକଟରେ ନାଲି ରଙ୍ଗର ପ୍ୟାଚେସ୍ ହେଲେ ତାହା ମଧ୍ୟ ସୋରିଆସିସ୍‌ର ଲକ୍ଷଣ।

ସେହିପରି ଓଠର ପାଖ ଅଂଶ ଫାଟିବା ଶରୀରରେ ଲୌହାଭାବ ପ୍ରତି ଇଶାରା କରିଥାଏ।

Comment