ଓଡ଼ିଶାଲାଇଭ୍‌ ବ୍ୟୁରୋ

କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଓଡ଼ିଶା କେତେ ଆଗରେ ସେ ସମ୍ପର୍କରେ ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

କରୋନା ନିୟନ୍ତ୍ରଣ ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏହି ଲକ୍‌ଡାଉନ୍‌ ବେଳେ ରାଜ୍ୟ ସରକାର କୃଷି କାର୍ଯ୍ୟକୁ କଟକଣାମୁକ୍ତ କରିଛନ୍ତି। ଚାଷୀମାନେ କରିଥିବା ପନିପରିବା, ଧାନ ଏବଂ ବିଭିନ୍ନ ଫଳ ଚାଷ କିପରି ଅମଳ କରି ବିକ୍ରି କରିବେ ସେନେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ପରାମର୍ଶ ଦେଇଛନ୍ତି।

‘‘ଏବେ ସମୟ ବଦଳିଛି। ଦିନ ଥିଲା ବିଭିନ୍ନ ପନିପରିବା, ଫଳ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା। ହେଲେ ଏବେ ଓଡ଼ିଶାର ଚାଷୀମାନେ ଚାଷ କାମ ପ୍ରତି ମନୋନିବେଶ କରୁଥିବାରୁ ଆମ ରାଜ୍ୟରେ ଭଲ ପନିପରିବା ଏବଂ ଫଳ ଅମଳ ହେଉଛି। ଆମ ରାଜ୍ୟରୁ ମଧ୍ୟ ଅନ୍ୟ ରାଜ୍ୟକୁ ଫଳ ଓ ପନିପରିବା ରପ୍ତାନି କରାଯାଉଛି’’, ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଛି। କରୋନା ନିୟନ୍ତ୍ରଣ ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ଲୋକେ କେହି ଘରୁ ବାହାରୁ ନାହାନ୍ତି। ଚାଷୀମାନେ ମଧ୍ୟ ଘରୁ ବାହାରି ନଥିଲେ। ଫଳରେ ଫସଲ ଅମଳରେ ବାଧା ସୃଷ୍ଟି ହୋଇଥିଲା। ଏବେ କିନ୍ତୁ ପରିସ୍ଥିତି ସ୍ୱାଭାବିକ ହୋଇଛି। ଚାଷୀମାନେ ଘରୁ ବାହାରି ଜମିକୁ ଯାଉଛନ୍ତି।

ଡକ୍ଟର ସାହୁ କହିଥିଲେ ଯେ, କୃଷି ଏବଂ ଉଦ୍ୟାନ କୃଷି ବିଭାଗ ସବୁବେଳେ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେଇ ଆସୁଛି। ଫଳରେ ଯୁବ ଚାଷୀମାନେ ଅଧିକରୁ ଅଧିକ ଚାଷ କାମ କରିବାକୁ ଆଗେଇ ଆସୁଛନ୍ତି। ଚଳିତବର୍ଷ ଭଲ ପନିପରିବା ଅମଳ ହୋଇଛି।

‘‘ଆମ୍ବ, ଡାଳିମ୍ବ, ସପୁରି ଚାଷ ଏବେ ଓଡ଼ିଶାରେ ଅଧିକ ହେଲାଣି। ଏଥିପାଇଁ ରାଜ୍ୟ ସରକାର ଚାଷୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ଏହି ଚାଷ ଚାଷୀମାନଙ୍କୁ ଭଲ ରୋଜଗାର ଦେଉଛି। ଅର୍ଥକାରୀ ଫସଲ କେମିତି ଅଧିକ ଅମଳ ହୋଇ ପାରିବ ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି’’, କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ।

ଚଳିତ ବର୍ଷ ୩ ଲକ୍ଷ ହେକ୍ଟରରେ ରବି ଧାନଚାଷ ହୋଇଛି। ୧୫ ଲକ୍ଷ ମେଟ୍ରିକ ଟନ୍‌ ଧାନ ଏଥର ଅମଳ ହେବାର ଲକ୍ଷ୍ୟ ରହିଛି। କମ୍ବାଇନ୍‌ଡ୍‌ ହାରଭେଷ୍ଟର ମାଧ୍ୟମରେ ଅଧିକ ଅମଳ ହେଉଛି।

Comment