ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍-୧୯ ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‌ଉନ୍ ନିୟମ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଫଳରେ ବହୁ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଭୁବନେଶ୍ୱରରେ ଯେଉଁମାନେ ଫସି ରହିଛନ୍ତି ସେମାନଙ୍କୁ ସହାୟତାର ହାତ ବଢ଼ାଇଛି ଯୁବ କଂଗ୍ରେସ।

ଅଖିଳ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କାଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଇଂ ଆଶୁତୋଷ ଲେଙ୍କାଙ୍କ ନେତୃତ୍ୱରେ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଭୁବନେଶ୍ୱର ଘାଟିକିଆ ଅଞ୍ଚଳର ମା’ କାଳିକା କ୍ଲବ ସହଯୋଗରେ ଜୟଦେବ ବାଟିକା ଚାରିଛକ ନିକଟସ୍ଥ ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହାସହ କରୋନା ମହାମାରୀ ସମ୍ପର୍କରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ଇଂ ଆଶୁତୋଷ ଲେଙ୍କା ସୂଚନା ଦେଇଛନ୍ତି।

ରନ୍ଧା ଖାଦ୍ୟ ବଣ୍ଟନ ବେଳେ ଆଲୋକ କୁମାର ମହାନ୍ତି, ସୁଶାନ୍ତ ଭୋଇ, ସଞ୍ଜୟ କୁମାର ଭୋଇ, କାଳନ୍ଦି ବେହେରା, ମନୋଜ ଭୋଇ, ଅର୍ଜୁନ ଭୋଇ, ପ୍ରକାଶ ଭୋଇ, ଅକ୍ଷୟ ଭୋଇ, ଅନିଲ ଭୋଇ, ବାପୁଜୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Comment