ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ବାହାରୁ ଆସିବାକୁ ଥିବା ୫ ଲକ୍ଷ ଓଡ଼ିଆଙ୍କ ପାଇଁ ପଞ୍ଜୀକରଣ ବ୍ୟବସ୍ଥା କରିଛନ୍ତି। ଗତ ୨୪ ତାରିଖରୁ ଏହି ପଞ୍ଜୀକରଣ ଆରମ୍ଭ ହୋଇଛି। ପଞ୍ଜୀକରଣ ପାଇଁ ଆଧାର ଏବଂ ମୋବାଇଲ୍‌ ନମ୍ବର ନିହାତି ଜରୁରୀ ବୋଲି କହିଛନ୍ତି ରାଜ୍ୟ ସରକାର।

ଆଧାର ଏବଂ ମୋବାଇଲ୍‌ ନମ୍ବର ନଦେଲେ ପଞ୍ଜୀକରଣ ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ପଞ୍ଜୀକରଣ ହୋଇପାରିବ। ବାହାରେ ଫସିଥିବା ଲୋକ ଚାହିଁଲେ ନିଜେ ଅନଲାଇନ୍‌ ଜରିଆରେ ପଞ୍ଜୀକରଣ କରିପାରିବେ। ନହେଲେ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟ ତାଙ୍କ ପାଇଁ ଅଫଲାଇନ୍‌ ଫର୍ମ ପୂରଣ କରି ପଞ୍ଚାୟତ ନୋଡାଲ ଅଫିସରଙ୍କୁ ଦେଇପାରିବେ।

କେମିତି କରିବେ ପଞ୍ଜୀକରଣ?

  • ଏଥିପାଇଁ ଆପଣଙ୍କୁ ରାଜ୍ୟ ସରକାରଙ୍କ odisha.gov.in ପୋର୍ଟାଲକୁ ଯିବାକୁ ପଡ଼ିବ।
  • ଏହାପରେ ସେଠାରେ ‘ଞ୍ଜୀକରଣ ଫର୍ମ ପୂରଣ କରନ୍ତୁ’ ଅପସନରେ କ୍ଲିକ୍ କରନ୍ତୁ।
  • ଏହାପରେ ଆପଣଙ୍କୁ କେତେକ ସର୍ତ୍ତାବଳୀ ଓ ଚୁକ୍ତିନାମା ଦେଖିବାକୁ ମିଳିବ।
  • ଏହାକୁ ପଢ଼ି ଶେଷରେ ‘ଞ୍ଜୀକରଣ କରନ୍ତୁ’ ଅପସନରେ କ୍ଲିକ୍ କରନ୍ତୁ।
  • ଏହାପରେ ଆପଣଙ୍କୁ ସେଠାରେ ଥିବା ଫର୍ମକୁ ପୂରଣ କରିବାକୁ ପଡ଼ିବ।
  • ଶେଷରେsubmit ଅପସନରେ କ୍ଲିକ୍ କରନ୍ତୁ।

Comment