ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜ ସ୍ଵରରେ ସାରା ଦେଶକୁ ମତୁଆଲା କରିପାରିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଅରଜିତ ସିଂ। ଆଜି ଅରଜିତ ସିଂଙ୍କୁ ୩୩ ବର୍ଷ ବୟସ ହୋଇଛି। ୧୯୮୭ ମସିହା ପଶ୍ଚିମବଙ୍ଗର ମୁର୍ସିଦାବାଦରେ ସେ ଜନ୍ମ ଗ୍ରହଣ କରିଥିଲେ। ଗୋଟିଏ ଛୋଟ ସହରରୁ ନିଜ ପ୍ରତିଭା ଯୋଗୁଁ ଏକ ବଡ଼ ପରିଚୟ ସୃଷ୍ଟି କରି ପାରିଛନ୍ତି ଅରିଜିତ୍‌।

ଅରଜିତ୍‌ଙ୍କ ଗୀତକୁ ସବୁ ଗର୍ବର ଲୋକମାନେ ବେଶ ପସନ୍ଦ କରନ୍ତି, ହେଲେ ଯୁବ ବର୍ଗଙ୍କ ମଧ୍ୟରେ ଅରଜିତ୍‌ଙ୍କ ଗୀତ ବେଶ କ୍ରେଜ ରହିଥାଏ। ଫଟା ପୋଷ୍ଟର ନିକ୍‌ଲା ହିରୋର ‘ମେନେ ରଙ୍ଗ ସରବତୋକା’ ଓ ଆଶିକି ୨ର ‘ତୁମ୍‌ ହି ହୋ’ ଗୀତ ବେଶ ସଫଳତା ହାସଲ କରିଥିଲା।

ଏହି ସ୍ଥାନରେ ପହଞ୍ଚିବାକୁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ଫିଲ୍ମରେ ଆସିବା ପୂର୍ବରୁ ଟିଭି ଶୋ’ରେ ଆସିଥିଲେ। ସଞ୍ଜୟ ଲିଲା ଭନ୍‌ସାଲି ତାଙ୍କୁ ଟିଭିରେ ଦେଖିବା ପରେ ସାଓ୍ଵରିଆ ଗୀତ ଗାଇବାର ସୁଯୋଗ ଦେଇଥିଲେ। ହେଲେ ସ୍କ୍ରିପ୍ଟରେ ପରିବର୍ତ୍ତନ ଯୋଗୁଁ ଫିଲ୍ମରୁ ଏହି ଗୀତକୁ କାଟି ଦିଆଯାଇଥିଲା।

ରମେଶ ତୁରାନି ମଧ୍ୟ ଏକ ଆଲବମ୍‌ ପାଇଁ ତାଙ୍କୁ କହିଥିଲେ। ହେଲେ ତାହା ରିଲିଜ ହୋଇ ପାରିଲାନି। ସଫଳତା ପାଇବା ପୂର୍ବରୁ ଅରିଜିତ୍‌ ଅନେକ ସଂଘର୍ଷ କରିଥିଲେ।

୨୦୦୬ରେ ମୁମ୍ବାଇ ସ୍ଥାନାନ୍ତରିତ ହେବା ପରେ, ଅରିଜିତଙ୍କ କଠିନ ପରିଶ୍ରମ ୨୦୧୪ରୁ ଫଳାଫଳ ଦେଖାଇବା ଆରମ୍ଭ କଲା। ଯେତେବେଳେ ସେ ଏକରୁ ଅଧିକ ଗୀତ ଗାଇ ଯୁବକ ପୀଢ଼ିଙ୍କ ପ୍ରିୟ ହୋଇଥିଲେ। ଅରିଜିତ ରିଆଲିଟି ଶୋ’ କଲା ବେଳେ ଜଣେ କୋ-ଆର୍ଟିଷ୍ଟଙ୍କୁ ବିବାହ କରିଥିଲେ। ହେଲେ ପରେ ସେମାନଙ୍କ ଛାଡ଼ପତ୍ର ହୋଇଥିଲା। ପରେ ଅରିଜିତ ନିଜ ପିଲା ବେଳର ବାନ୍ଧବୀ କୋୟଲ ରଏଙ୍କୁ ବିବାହ କରିଥିଲେ।

ଅରିଜିତ୍‌ ତିନୋଟି ଫିଲ୍ମଫେୟାର ପୁରସ୍କାର ସହିତ ଅନେକ ପୁରସ୍କାର ଜିତିଛନ୍ତି। ତାଙ୍କର କିଛି ହିଟ୍ ଗୀତରେ ‘ଚାନ୍ନା ମେରେୟା’, ‘ଆଜ୍ ସେ ତେରୀ’, ‘ତେରା ୟାର୍ ହୁନ୍ ମେନ୍’, ‘ହମାରି ଅଧୁରି କାହାନୀ’, ‘ଖୌରିୟତ’, ‘ସାଓ୍ଵନ ଆୟା ହେ’।

Comment