ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଲକ୍‌ଡାଉନ୍‌ରେ ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ପୋଲିସ କନଷ୍ଟେବଲ। ମହିଳା ଜଣକ ତାଙ୍କ ଜନ୍ମିତ ପୁତ୍ରର ନାଁ ସେହି କନଷ୍ଟେବଲଙ୍କ ନାଁରେ ରଖିଲେ।

ଦିଲ୍ଲୀରେ ଲକ୍‌ଡାଉନ୍‌ ଯୋଗୁଁ ଜଣେ ଗର୍ଭବତୀ ମହିଳା ଡାକ୍ତରଖାନା ଯାଇ ପାରିନଥିଲେ। ପରେ ମହିଳା ଜଣକ ପୋଲିସ ହେଲ୍‌ପ ଲାଇନକୁ ଫୋନ କରି ସାହାଯ୍ୟ ମାଗିଥିଲେ। ଜଣେ ପୋଲିସ କନଷ୍ଟେବଳ ପହଞ୍ଚି ମହିଳାଙ୍କୁ ଠିକ୍ ସମୟରେ ଡାକ୍ତରଖାନା ନେଇଥିଲେ। ଏହା ପରେ ମହିଳା ଜଣକ ତାଙ୍କ ପୁଅର ନାଁ ସେହି ପୋଲିସ କନଷ୍ଟେବଳଙ୍କ ନାଁରେ ରଖିଥିଲେ।

ଦିଲ୍ଲୀ ପୋଲିସ ଲକ୍‌ଡାଉନ୍‌ରେ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳୁଛି। ଏହି ସମୟ ମଧ୍ୟରେ ପୋଲିସ ଗାଡ଼ି ମଧ୍ୟ ଅନେକ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେଇଛି। ଏବେ ସେହିପରି ଆଉ ଏକ ମାମଲା ଦିଲ୍ଲୀରୁ ଆସିଛି। ଜଣେ ଗର୍ଭବତୀ ମହିଳା ତାଙ୍କ ଜନ୍ମିତ ପୁତ୍ର ସନ୍ତାନର ନାଁ ତାଙ୍କୁ ସାହାଯ୍ୟ କରିଥିବା ପୋଲିସ କନଷ୍ଟେବଳ ଦୟାବୀର ସିଂଙ୍କ ନାଁରେ ଦେଇଛନ୍ତି।

ଏହି ଖବର ପାଇବା ପରେ ପୋଲିସ କନଷ୍ଟେବଳ ଦୟାବୀର ସିଂ ବହୁତ ଖୁସି ପ୍ରକଟ କରିଛନ୍ତି। ଏନେଇ ସେ କହିଛନ୍ତି, “ମୁଁ ଖୁସି ଯେ ମୁଁ ତାଙ୍କୁ କଷ୍ଟ ସମୟରେ ସାହାଯ୍ୟ କରିପାରିଥିଲି। ମୁଁ ବହୁତ ଗର୍ବିତ ଅନୁଭବ କରୁଛି।”

ପୂର୍ବରୁ ହଟ୍‌ସ୍ପଟ ଅଞ୍ଚଳରେ ଯେପରି ଗର୍ଭବତୀ ମହିଳାମାନେ ଅସୁବିଧାର ସମ୍ମଖିନ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଗର୍ଭବତୀ ମହିଳାଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

Comment