ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ସୁସ୍ଥ ହେଲେ ଆଉ ଦୁଇ କରୋନା ଆକ୍ରାନ୍ତ। ଉଭୟ କରୋନା ଆକ୍ରାନ୍ତ ଭୁବନେଶ୍ଵରର। ସୁସ୍ଥ ହେବା ନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଦୁଇ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭ ଜଣ ସୁସ୍ଥ ହୋଉଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଯାଏଁ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ରେ ପହଞ୍ଚିଛି।

କିଛି ଦିନ ହେବ ରାଜ୍ୟର ଯାଜପୁର, ଭଦ୍ରକ, ଓ ବାଲେଶ୍ଵର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଠାରେ ଚିହ୍ନଟ ହୋଇଥିବା ଅଧିକାଂଶ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା। ସେହିପରି ଗତ ଏକ ସପ୍ତାହ ହେବ ଭୁବନେଶ୍ଵରରେ କେହି ବି ପଜିଟିଭ୍‌ ଚିହ୍ନଟ ହୋଇ ନାହାନ୍ତି।

Comment